33.1 C
Bhubaneswar
Thursday, April 25, 2024
Homeଅପରାଧସଜା ଅବଧି ପୂର୍ବରୁ ମୁକ୍ତ ହେବେ ୧୬ କଏଦୀ

ସଜା ଅବଧି ପୂର୍ବରୁ ମୁକ୍ତ ହେବେ ୧୬ କଏଦୀ

ଭୁବନେଶ୍ୱର : ସଜା ଅବଧି ପୂର୍ବରୁ ରାଜ୍ୟର ୧୨ଜେଲ୍ ସମେତ ବିଶାଖାପାଟଣା ଜେଲରୁ ୧୬ଜଣ କଏଦୀ ମୁକ୍ତ ହେବେ । ଜେଲରେ ଆଜୀବନ ସାଜା କାଟିବା ବେଳେ ବ୍ୟବହାରରେ ପରିବର୍ତ୍ତନ, ଉତ୍ତମ କାର୍ଯ୍ୟ ଏବଂ ଜେଲ ବିଭାଗର ନିତିନିୟମକୁ ସମ୍ମାନ ଦେଉଥିବା କଏଦୀମାନଙ୍କୁ ମୁକ୍ତ କରାଯିବ । ଚୌଦ୍ୱାର ଜେଲ ସମେତ ବାଣପୁର ଜେଲ, ସମ୍ବଲପୁର ଜେଲ, ପୁରୀ ଜେଲ, କୋରାପୁଟ ଜେଲ, ବଲାଙ୍ଗିର ଜେଲ, କୋଟପାଡ ଜେଲ, ବିଜୁ ପଟ୍ଟନାୟକ ମୁକ୍ତାକାଶ ଜେଲ ଓ ଢେଙ୍କାନାଳ ଜେଲରୁ ଜଣେ ଲେଖାଏଁ କଏଦୀ ମୁକ୍ତ ତାଲିକାରେ ରହିଛନ୍ତି । ସେହିପରି ବାଲେଶ୍ୱର ଓ ବାରିପଦା ଜେଲରୁ ୨ ଜଣ ଲେଖାଏଁ ଏବଂ ବିଶାଖାପାଟଣା ଭାଇଜାଗ ଜେଲରୁ ୩ ଜଣ କଏଦୀ ମୁକ୍ତ ହେବାକୁ ଅଛନ୍ତି । ଏହି ୩ କଏଦୀ ଲୁଟ ଏବଂ ହତ୍ୟା ମାମଲାରେ ପାରେଳାଖେମୁଣ୍ଡି ଜେଲରେ ସଜା କାଟୁଥିଲେ । ଅଭିଯୁକ୍ତଙ୍କ ଘର ବିଶାଖାପାଟଣା ହୋଇଥିବାରୁ ସେ ପରବର୍ତ୍ତୀ ସମୟରେ ଭାଇଜାଗ ଜେଲକୁ ସ୍ଥାନାନ୍ତର ହୋଇଥିଲେ ।

୧୬ ଜଣ କଏଦୀଙ୍କ ବ୍ୟବହାରରେ ପରିବର୍ତ୍ତନ ହୋଇଛି । ଯେଉଁଥି ପାଇଁ ଜେଲ ବିଭାଗ ସେମାନଙ୍କ ନାମ ଗୃହ ବିଭାଗକୁ ଜଣାଇଥିଲେ । ଗୃହ ବିଭାଗ ପକ୍ଷରୁ ଏହି କଏଦୀଙ୍କ ନାମକୁ ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ କମିଟି ନିକଟକୁ ପଠାଯାଇଥିଲା । ଏହି କମିଟିର ବୈଠକ ବସିବା ପରେ ୧୬ ଜଣ କଏଦୀଙ୍କ ମୁକ୍ତି ପାଇଁ ଜିଲ୍ଲାପାଳ ଏବଂ ସ୍ଥାନୀୟ ଏସ୍‌ପିଙ୍କ ମତ ନିଆଯାଇଥିଲା । ପରେ ମୁକ୍ତି ପାଇବାକୁ ଥିବା କଏଦୀଙ୍କ ନାମ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିଲା । ଶେଷରେ ରାଜ୍ୟପାଳଙ୍କ ମୋହର ପରେ ସମ୍ପୃକ୍ତ ୧୬ ଜଣ କଏଦୀ ମୁକ୍ତି ପାଇବେ । ଆଜୀବନ ସଜା ପାଇଥିବା କଏଦୀଙ୍କ ବ୍ୟବହାରରେ ପରିବର୍ତ୍ତନ ହେଲେ ସଜା ପୂର୍ବରୁ ସେମାନେ ମୁକ୍ତ ପାଇଁ ସକ୍ଷମ ହେବେ ବୋଲି ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking