31.1 C
Bhubaneswar
Friday, March 29, 2024
Homeଓଡିଶାସିଏମସିରୁ ଆଉ ୧୬ କରୋନା ଆକ୍ରାନ୍ତ ଚିହ୍ନଟ

ସିଏମସିରୁ ଆଉ ୧୬ କରୋନା ଆକ୍ରାନ୍ତ ଚିହ୍ନଟ

କଟକ : ଆଜି କଟକ ସହରରୁ ଆଉ ନୂଆ ୧୬ଟି ପଜିଟିଭ କେସ୍ ଚିହ୍ନଟ ହୋଇଛି । କଟକ ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୩୨ଟି ନୂଆ କେସ୍ ମଧ୍ୟରୁ କଟକ ସହରରେ ୧୬ଟି କେସ୍ ଆସିଛି । ସେଥିମଧ୍ୟରୁ ୬ଟି କେସ୍ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଆସିଥିବା ବେଳେ ୮ ଜଣ ହୋମ କ୍ୱାରେଣ୍ଟାଇନ ଓ ୨ଜଣ ସ୍ଥାନୀୟ ମାମଲା ଭାବେ ଚିହ୍ନଟ ହୋଇଛନ୍ତି । ଏବେ କଟକ ସିଏମସିରେ ମୋଟ ୩୬୬ଟି କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୨୧୭ଜଣ ସୁସ୍ଥ ହୋଇଛନ୍ତି । ୭ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୪୨ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ଅଛନ୍ତି । ଏନେଇ କଟକ ମହାନଗର ନିଗମ ତରଫରୁ ସୂଚନା ଦିଆଯାଇଛି ।

ଡଗରପଡ଼ା ରୁ ଜଣେ ୭୫ ବର୍ଷୀୟ ପୁରୁଷ ଓ ସୂତାହାଟ ଅଞ୍ଚଳରୁ ଜଣେ ୩୫ ବର୍ଷୀୟା ମହିଳା ସ୍ଥାନୀୟ କେସ୍ ଭାବେ ଚିହ୍ନଟ ହୋଇଛନ୍ତି ।
ଏସସିବି ଆଇସୋଲେସନ ୱାର୍ଡ଼ରୁ ୩ ଜଣ ମହିଳା ଓ ୨ଜଣ ପୁରୁଷ ଚିହ୍ନଟ ହୋଇଛନ୍ତି । ୩ ମହିଳାଙ୍କ ବୟସ ଯଥାକ୍ରମେ ୨୬ , ୩୫ , ୫୫ ବୋଲି ଜଣାପଡ଼ିଛି । ଅନ୍ୟ ଜଣେ ୨୮ ବର୍ଷୀୟା ମହିଳା ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି ।
ବାମପାଖୁଡ଼ାରୁ ଜଣେ ୩୪ ବର୍ଷୀୟ ପୁରୁଷ ଅନ୍ୟ ଜିଲ୍ଲାରୁ ଫେରିଥିଲେ । ପୁରୁଣା ରାଉସାପାଟଣାର ଜଣେ ୩୪ ବର୍ଷୀୟ ପୁରୁଷ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଅନ୍ୟ ୬ଟି କେସ୍ ସନସାଇନ ଫିଲ୍ଡ ପାଖ ମେଟ୍ରୋ ବିଲ୍ଡିଂରୁ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୪ ଜଣ ପୁରୁଷ ହୋଇଥିବା ବେଳେ ୨ ଜଣ ମହିଳା ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking