38.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗଆଜି ରାଜ୍ୟରେ ୧୬ ଜୀବନ ନେଲା କରୋନା

ଆଜି ରାଜ୍ୟରେ ୧୬ ଜୀବନ ନେଲା କରୋନା

ଭୁବନେଶ୍ୱର: ଆଜି ରାଜ୍ୟରେ ସର୍ବାଧିକ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫, ପୁରୀରୁ ୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । କେନ୍ଦ୍ରାପଡାରୁ ୨, ବଲାଙ୍ଗୀର, ମୟୁରଭଂଜ, ନୟାଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି କରୋନାରେ । ରାୟଗଡା ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାର ୪ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରର ୩ ଜଣ ପୁରୁଷ ରହିଛନ୍ତି । ଭୁବନେଶ୍ୱରର ୩ ମୃତକ ୬୫, ୭୨ ଓ ୭୬ ବର୍ଷୀୟ ପୁରୁଷ । ଖୋର୍ଦ୍ଧାର ଅନ୍ୟ ୨ ମୃତକ ୫୭ ଓ ୬୯ ବର୍ଷୀୟ ପୁରୁଷ । ପୁରୀର ୪ ମୃତକ ୭୯, ୬୭, ୮୨ ଓ ୩୯ ବର୍ଷୀୟ ପୁରୁଷ । କେନ୍ଦ୍ରାପଡାର ଜଣେ ୮୨ ବର୍ଷୀୟ ପୁରୁଷ, ଜଣେ ୫୮ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗୀରର ୪୩, ନୟାଗଡର ୫୪, ମୟୁରଭଂଜର ୫୮ ବର୍ଷୀୟ ପୁରୁଷ ମୃତ । ରାୟଗଡାର ୫୭ ଓ ସୁବର୍ଣ୍ଣପୁରର ୭୦ ବର୍ଷୀୟ ପୁରୁଷ ଆକ୍ରାନ୍ତ ମୃତ । ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୫୨କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking