26.1 C
Bhubaneswar
Friday, March 29, 2024
Homeଓଡିଶାଭୁବନେଶ୍ୱରରେ ଆଉ ୧୬ ପଜିଟିଭ୍ ଚିହ୍ନଟ; ସଂଖ୍ୟା ଛୁଇଁଲା ୧୨୨କୁ

ଭୁବନେଶ୍ୱରରେ ଆଉ ୧୬ ପଜିଟିଭ୍ ଚିହ୍ନଟ; ସଂଖ୍ୟା ଛୁଇଁଲା ୧୨୨କୁ

ଭୁବନେଶ୍ୱର : ରାଜଧାନୀରେ ଆଉ ୧୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧିପାଇଛି । ଆଜି ଚିହ୍ନଟ ହୋଇଥିବା ୧୬ଜଣଙ୍କ ମଧ୍ୟରୁ ୧୪ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଓ ଅନ୍ୟ ୨ଜଣ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଚିହ୍ନଟ ହୋଇଥିବା ୧୬ଜଣଙ୍କ ମଧ୍ୟରୁ ଶ୍ରୀବିହାରରୁ ଜଣେ ପଜିଟିଭ୍ ପରିବାର ସମ୍ପର୍କରେ ଆସି ୩୧ବର୍ଷୀୟ ପୁରୁଷ, ୬୫ବର୍ଷୀୟ ପୁରୁଷ ଓ ୫୮ବର୍ଷୀୟ ପହିଳା ଚିହ୍ନଟ ହୋଇଛନ୍ତି । ସେହିପରି ଜୟଦେବବିହାରୁ ୨ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ୭୨ବର୍ଷୀୟ ମହିଳା ଓ ଅନ୍ୟ ଜଣେ ୭୨ବର୍ଷୀୟ ପୁରୁଷ ବୋଲି ଜଣାପଡ଼ିଛି । ଉଭୟ ଆମେରିକାରୁ ଫେରିଥିଲେ । ଶାସ୍ତ୍ରୀନଗର ୟୁନିଟ୍‌-୪ରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଜଣେ ୭୫ବର୍ଷୀୟ ମହିଳା ଓ ଅନ୍ୟ ଜଣେ ୪୦ବର୍ଷୀୟ ପୁରୁଷ ବୋଲି ଜଣାପଡ଼ିଛି । ଉଭୟ କୋଲକତା ଫେରନ୍ତା ବୋଲି ଜଣାପଡ଼ିଛି । ସେହିପରି ଡୁମ୍‌ଡୁମା ଫେଜ୍‌-୧ରୁ ୨୨ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି । ସେ ପୁନେରୁ ଫେରିଥିଲେ । ସେହିପରି କଳିଙ୍ଗବିହାରରୁ ୩୪ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି । ସେ ଓମାନ୍‌ରୁ ଫେରିଥିଲେ । ସତ୍ୟନଗରରୁ ଓଭର ବ୍ରିଜ୍ ନିକଟରୁ ଜଣେ ପୁରୁଷ ଚିହ୍ନଟ ହୋଇଛନ୍ତି । ତାଙ୍କର ବୟଷ ୩୩ବର୍ଷ । ସେ ଦିଲ୍ଲୀରୁ ଫେରିଥିଲେ । ସେହିପରି ନୟାପଲ୍ଲୀରୁ ସବର ସାହିରୁ ଜଣେ ପରୁଷ ଚିହ୍ନଟ ହୋଇଛନ୍ତି । ତାଙ୍କର ବୟସ ୫୪ । ସେ ଚେନ୍ନାଇରୁ ଫେରିଥିଲେ । ରସୁଲଗଡ଼ ନେତାଜିବିହାରୁ ଜଣେ ୪୭ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି । ସେ ଦିଲ୍ଲୀ ଗୁଡଡଗାଁଓରୁ ଫେରିଥିଲେ । ଜଦୁପୁର ବେଗୁନିଆ ମସ୍‌ଜିଦ୍ ନିକଟରୁ ଜଣେ ପୁରୁଷ ଚିହ୍ନଟ ହୋଇଛନ୍ତି । ସେ ଦିଲ୍ଲୀରୁ ଫେରିଥିଲେ । ୟୁନିଟ୍‌-୩ ମସ୍‌ଜିଦ୍ କଲୋନୀରୁ ଜଣେ ୬୦ବର୍ଷୀୟ ମହିଳା ଚିହ୍ନଟ ହୋଇଛନ୍ତି । ସେ କୋଲକତାରୁ ଫେରିଥିଲେ।
ସେହିପରି ସ୍ଥାନୀୟ ମାମଲାରୁ ଯେଉଁ ୨ଜଣ ଚିହ୍ନଟ ହୋଇଛନ୍ତି ସେଥିମଧ୍ୟରୁ ପଳାଶୁଣି କପିଳେଶ୍ୱର ବିହାରୁ ୨୫ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି । ସେ ନିକଟରେ ଭଦ୍ରକରୁ ଯାଇ ପେଣିଥିଲେ । ଅନ୍ୟ ଜଣେ ୩୨ବର୍ଷୀୟ ପୁରୁଷ ଚିକିତ୍ସା ପାଇଁ ନିକଟରେ ସେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ୍‌କୁ ଯାଇଥିଲେ ।

ବତ୍ତର୍ମାନ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୩ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୬୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ ୫୮ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking