ପୁଲିସର ସଟ୍ଟା ଚଢ଼ଉ: ୧୬ ଗିରଫ

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ (ଏସଏମସି) ଅଞ୍ଚଳରେ ସଟ୍ଟା (ଜୁଆ) ଖେଳ ବିରୋଧରେ ପୁଲିସର ସ୍ୱତନ୍ତ୍ର ଅଭିଯାନରେ ମୋଟ ୧୬ ଜଣଙ୍କୁ ଗିରଫ ପୂର୍ବକ କୋର୍ଟ ଚାଲାଣ କରାଯାଇଛି । ସେମାନେ ହେଲେ ଅଇଁଠାପାଲି ଥାନା ଅନ୍ତର୍ଗତ ସିଂପାଲିର ଗୋବିନ୍ଦ ଓରାମ, ମୁଙ୍ଗାପଡ଼ାର ରାକେଶ ନିଖିତରାଜ, କରମଟୋଲିର ଜୟପ୍ରକାଶ ଦାଶ ଓ ଗୋପାଲମାଲର ଅନିରୁଦ୍ଧ ସାହୁ, ଟାଉନଥାନା ଅନ୍ତର୍ଗତ ବାଲିବନ୍ଧାର ନେପାଳ ମେହେର, ରାମଜୀମନ୍ଦିରପଡ଼ାର ଅଜିତ ପୁରୋହିତ, କ୍ଷେତରାଜପୁରଥାନା ଅନ୍ତର୍ଗତ ଚେରୁଆପଡ଼ାର ବିଜୟ କୁମାର ଗୁପ୍ତା, ବେହେରାମୁଣ୍ଡାର ମଣ୍ଟୁ ଜାଲ, ସଦର ଥାନା ଅନ୍ତର୍ଗତ ସିନ୍ଦୁରପଙ୍କର ଗୋବର୍ଦ୍ଧନ ବାରିକ, ବୁର୍ଲା ଥାନା ଅଞ୍ଚଳର ଜାହିର ଖାନ ଏବଂ ହୀରାକୁଦ ଥନା ଅଞ୍ଚଳର ପ୍ରମୋଦ ଗର୍ଡ଼ିଆ, ନୀନା ପ୍ରଧାନ, ଧନରାଜ ଅରୋରା, ବିଜୟ କୁମାର ବେହେରା, ଅମୂଲ୍ୟ କୁମାର ଦୀପ ଓ ସୂର୍ଯ୍ୟ ଓରଫ ସୁରେଶ ଚନ୍ଦ୍ର ବେହେରା । ଏମାନଙ୍କ ମଧ୍ୟରୁ ଗିରଫ୍ ଅଭିଯୁକ୍ତ ଅଜିତ, ରାକେଶ, ବିଜୟ, ଧନରାଜ ଓ ସୁରେଶ ଏସଏମସି ଅଂଚଳରେ ସଟ୍ଟା ଖେଳର କିଙ୍ଗ୍‌ପିନ୍ ଅଟନ୍ତି ବୋଲି ଜିଲ୍ଲା ପୁଲିସ ପକ୍ଷରୁ ଏକ ପ୍ରେସ୍ ବିବୃତିରେ ସୂଚିତ କରାଯାଇଛି ।