40.1 C
Bhubaneswar
Thursday, April 25, 2024
Homeଓଡିଶାସୁସ୍ଥ ହେଲେ ୧୫୩ କରୋନା ଆକ୍ରାନ୍ତ

ସୁସ୍ଥ ହେଲେ ୧୫୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ଆଉ ୧୫୩ କରୋନା ଆକ୍ରାନ୍ତ । କଟକରୁ ସର୍ବାଧିକ ୪୩ ସୁସ୍ଥ ହୋଇଛନ୍ତି। ସେହିପରି ଜଗତସିଂହପୁରରୁ ୨୧, କନ୍ଧମାଳ ୧୮, ଖୋର୍ଦ୍ଧା ୧୨, ଭଦ୍ରକ ୧୧, ଗଜପତିରୁ ୯ ସୁସ୍ଥ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ ୭, ବାଲେଶ୍ୱର, ଦେବଗଡ଼, ଗଂଜାମ, ମୟୂରଭଂଜ ଓ ସୁନ୍ଦରଗଡ଼ରୁ ୫ ଲେଖାଏଁ ସୁସ୍ଥ ହୋଇଛନ୍ତି । ବଲାଙ୍ଗିର, ଝାରସୁଗୁଡ଼ା, ନୟାଗଡ଼ରୁ ୨ ଲେଖାଏଁ, କୋରାପୁଟରୁ ଜଣେ ସୁସ୍ଥ ହୋଇଛନ୍ତି।
୧୫୩ ଆକ୍ରାନ୍ତ ସୁସ୍ଥ ହେବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୨୦୦ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ,ଆଜି ସକାଳେ ରାଜ୍ୟରେ ଆଉ ୧୬୫ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧୬୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୦ ଜଣ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବା ବେଳେ  ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୫ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking