34.1 C
Bhubaneswar
Friday, March 29, 2024
Homeଓଡିଶା୧୫୦ ପୋଲିସଙ୍କୁ କରୋନା

୧୫୦ ପୋଲିସଙ୍କୁ କରୋନା

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ କେରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହେଉଛନ୍ତି । ପୂର୍ବରୁ କବର ଆସିଥିଲେ ମଧ୍ୟ ଆଜି ଜଣାପଡ଼ିଛି ଯେ , ଜିଲ୍ଲାରୁ ଏଯାବତ ୧୫୦ଜଣ ପୋଲିସ୍ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୧୨୦ଜଣ ସୁସ୍ଥ ହୋଇଛନ୍ତି ଓ ଅନ୍ୟ ୩୦ ଜଣ ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥରେ ଅଛନ୍ତି । ଏନେଇ ଗଞ୍ଜାମ ଏସପି ବ୍ରିଜେଶ ରାୟ ସୂଚନା ଦେଇଛନ୍ତି । ଏବେ ରାଜ୍ୟରେ ପ୍ଲାଜମା ଚିକିତ୍ସା ଆମ ରାଜ୍ୟରେ ସଫଳ ହେବା ପରେ ସୁସ୍ଥ ହୋଇଥିବା ପୋଲିସ କର୍ମୀ ପ୍ଲାଜମା ଦାନ କରିବାକୁ ପ୍ରସ୍ତୁତ ବୋଲି ଏସପି କହିଛନ୍ତି ।
ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତ ଅଣାୟତ୍ତ ଅଟେ । ଅସମ୍ଭାଳ ହୋଇପଡ଼ିଛି । ଥମିବାର ନାଁ ନେଉନି । ଆକ୍ରାନ୍ତଙ୍କ ସଂଖ୍ୟା , ସୁସ୍ଥ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢି ଚାଲିଛି । ଆକ୍ରାନ୍ତ ସଂଖ୍ୟା , ମୃତ୍ୟୁ ସଂଖ୍ୟା ଓ ସୁସ୍ଥ ସଂଖ୍ୟା ମଧ୍ୟ ଏଠାରେ ସର୍ବାଧିକ ରହିଛି । ଏବେ ଜିଲ୍ଲାରେ ୫୯୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮୭୧ ଜଣ ସୁସ୍ଥ ହୋଇଛନ୍ତି । ୫୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୫୭ଜଣ ଏବେ ବି ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking