ଆଜି ରାଜ୍ୟରେ ୧୫ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୨୩୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଭୁବନେଶ୍ୱରରୁ ୪, ମୟୁରଭଂଜ ଓ ପୁରୀରୁ ୨ ଲେଖାଏଁ ମୃତ୍ୟୁ ବରଣ କରିଥିବା ବେଳେ ନୟାଗଡ, ନୂଆପଡା, କଟକ, ବାଲେଶ୍ୱରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ସେହିଭଳି ଢେଙ୍କାନାଳ, କନ୍ଧମାଳ, ମାଲକାନଗିରିରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଭୁବନେଶ୍ୱରର ୪ ମୃତକ ପୁରୁଷ ହୋଇଥିବା ବେଳେ ବୟସ ୬୨,୩୫,୪୨ ଓ ୭୦ ବର୍ଷ । ମୟୁରଭଂଜର ୨ ମୃତକ ବି ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ୬୩ ଓ ୭୪ । ସେହିଭଳି ପୁରୀର ୭୨ ଓ ୭୦ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଛି । ନୟାଗଡର ୭୨ ବର୍ଷୀୟ ପୁରୁଷ ଓ ନୂଆପଡାର ୩୭ ବର୍ଷୀୟ ପୁରୁଷ ମୃତ । କଟକର ୬୭ ବର୍ଷୀୟ ପୁରୁଷ, ଢେଙ୍କନାଳର ୭୨ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୩୬କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here