27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପରୀକୁ ନ୍ୟାୟ ଦାବିରେ ୧୫ ଦିନର ଗଣ ଧାରଣା

ପରୀକୁ ନ୍ୟାୟ ଦାବିରେ ୧୫ ଦିନର ଗଣ ଧାରଣା

ନୟାଗଡ : ନୟାଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯଦୁପୂର ଗ୍ରାମର ବହୁ ଚର୍ଚିତ ପରି ହତ୍ୟା କାଣ୍ଡ ର ପରୀକୁ ନ୍ୟାୟ ଦାବିରେ 15 ଦିନର ଗଣ ଧାରଣା ରେ ଅବସ୍ଥାପିତ ହୋଇଛି ନୟାଗଡ ଜିଲ୍ଲାଭାରତୀୟ ଜନତା ପାର୍ଟି ।  ଏହି ଗଣଧାରଣା 15 ଦିନରେ ପହଞ୍ଚିଥିଲା ବେଳେ ଏହି ଗଣଧାରଣା ରେ ଯୋଗ ଦେଇ ଥିଲେ ପୁରୀ ଏମଏଲଏ ଜୟନ୍ତ ଷଡ଼ଙ୍ଗୀ ଓ ବିଜେପି ମହିଳା ମୋର୍ଚା ସଭାନେତ୍ରୀ ତଥା ସିନେ ଅଭିନେତ୍ରୀ ଅନୁ ଚୌଧୁରୀ ।  ଜୟନ୍ତ ଷଡ଼ଙ୍ଗୀ ବକ୍ତବ୍ୟ ରେ କହିଥିଲେ ନୟାଗଡ ଜିଲ୍ଲା ଯଦୁପୂର ଗାଁ ର 5 ବର୍ଷ ର ଝିଅ ପରି ର ହୃଦୟ ବିଦାରକ ହତ୍ୟା ।  ଅଙ୍ଗ ଚୋରି ଓ ଦୋଷୀ କୁ ଘଣ୍ଟ ଘୋଡାଇବା ର କୁସ୍ଚିତ ପ୍ରୟାସ ସାଧାରଣ ମାନବିକ ସମ୍ବେଦନ ଏବଂ ଚେତନାକୁ ଗଭିର ଆଘାତ ଦେଇଛି ।  ଗତ 2 ବର୍ଷ ଭିତରେ ରାଜ୍ୟରୁ 5500 ଶିଶୁ ନିଖୋଜ ହୋଇଛନ୍ତି ।  ସେମାନଙ୍କ ମା ର କୋଳ ଶୂନ୍ୟ ହୋଇଛି ।  ସରକାରଙ୍କ ଅପରାଧୀକୁ ଘଣ୍ଟ ଘୋଡାଇ ବା ଅପଚେଷ୍ଟା କୁ ବିରୋଧ କରି ପରି କୁ ନ୍ୟାୟ ଦାବିରେ ବକ୍ତବ୍ୟ ରଖିଥିଲେ । ଏପଟେ ଅନୁ ଚୌଧୁରୀ ଦାବୀ କରିଥିଲେ ପରି କିପରି ନ୍ୟାୟ ପାଉ, ଏସ ଆଇ ଟି ର ତଦନ୍ତକୁ ନାପସନ୍ଦ କରି ସିବିଆଇ ତଦନ୍ତ କରାଗଲେ ପରି ନ୍ୟାୟ ପାଇପାରିବ ଵୋଲି କହିଥିଲେ । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking