ରାଜ୍ୟରେ ଆଉ ୧୫ ଜୀବନ ନେଲା କରୋନା; ୯୦୦ ଟପିଲା ମୃତ୍ୟୁ ସଂଖ୍ୟା

Municipal workers in protective gear carry the body a woman who died due to coronavirus disease (COVID-19), for her cremation at a crematorium in Ahmedabad, India, April 17, 2020. REUTERS/Amit Dave

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୫ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୦୭ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି ଖୋର୍ଦ୍ଧା ଓ କଟକରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି କେନ୍ଦ୍ରାପଡା ୨ ଜଣ, ବୌଦ୍ଧ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦୁଝର, କୋରାପୁଟ, ମାଲକାନଗିରି ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ଅନ୍ୟ ପଟେ ରାଜ୍ୟରେ ଆଜି ୩,୩୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୯୪୫ ଆକ୍ରାନ୍ତ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୩୮୧ ଆକ୍ରାନ୍ତ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here