30.1 C
Bhubaneswar
Wednesday, April 24, 2024
Homeଓଡିଶାବଡ଼ଖବର : ରାଜ୍ୟର ୧୫ ଜୀବନ ନେଲା କରୋନା, ସର୍ବାଧିକ ଖୋର୍ଦ୍ଧା

ବଡ଼ଖବର : ରାଜ୍ୟର ୧୫ ଜୀବନ ନେଲା କରୋନା, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର : ଆଜି ରାଜ୍ୟରେ କରୋନା ନେଇଛି ୧୫ ମୁଣ୍ଡ। ଏହାସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୮୮କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ରାୟଗଡ଼ାରୁ ୩, ସୁନ୍ଦରଗଡ଼ ଓ କଳାହାଣ୍ଡିରୁ ୨ ଲେଖାଏଁ ମୃତ ହୋଇଛି। ସେହିପରି କଟକ, ପୁରୀ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ମୃତ ହୋଇଛନ୍ତି। ତେବେ ଲଗାତାର ଭାବରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟରେ ବଢିବାରେ ଲାଗିଛି।

ଅନ୍ୟପଟେ, ଆଜି ପୁଣି ଥରେ ୮ ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଚିହ୍ନଟ ହୋଇଛନ୍ତି ୮୨୧୬ କରୋନା ଆକ୍ରାନ୍ତ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୧ ପଜିଟିଭ ଚିହ୍ନଟ । ସୁନ୍ଦରଗଡ଼ରୁ ୬୩୬, କଟକରୁ ୪୪୭, ପୁରୀରୁ ୪୦୨, ଅନୁଗୁଳରୁ ୩୯୪, ସମ୍ବଲପୁରରୁ ୩୮୫, ବରଗଡ଼ରୁ ୩୭୫ ପଜିଟିଭ୍ ବାହାରିଛନ୍ତି । ସେହିପରି ଯାଜପୁରରୁ ୩୪୭, ନବରଙ୍ଗପୁରରୁ ୩୧୯, ଝାରସୁଗୁଡ଼ାରୁ ୩୧୬, ବଲାଙ୍ଗିରରୁ ୩୦୫, ବାଲେଶ୍ୱରରୁ ୩୦୨, ନୂଆପଡ଼ାରୁ ୨୬୧, ନୟାଗଡ଼ରୁ ୨୫୦, ସୁବର୍ଣ୍ଣପୁରରୁ ୨୪୮, କଳାହାଣ୍ଡିରୁ ୨୩୮ ପଜିଟିଭ୍ ଚିହ୍ନଟ ବାହାରିଛନ୍ତି। ସେହିପରି ଭାବରେ ନୟାଗଡ଼- ୨୫୦, ସୁବର୍ଣ୍ଣପୁର- ୨୪୮, ଷ୍ଟେଟ୍ ପୁଲ୍ ଓ କଳାହାଣ୍ଡିରୁ ୨୩୮ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାୟଗଡ଼ା- ୨୩୨, ମୟୂରଭଞ୍ଜ- ୧୯୦, କୋରାପୁଟ- ୧୩୩, କେନ୍ଦୁଝର- ୧୨୯, ଗଜପତି- ୧୨୧, ଜଗତସିଂହପୁର- ୧୦୬,ବୌଦ୍ଧ ଓ ଦେବଗଡ଼ରୁ ୯୮ ଲେଖାଏଁ, କେନ୍ଦ୍ରାପଡ଼ା- ୮୭, କନ୍ଧମାଳ- ୭୭ ସହ ଗଞ୍ଜାମ- ୬୯, ଭଦ୍ରକ- ୬୩, ଢେଙ୍କାନାଳ- ୪୭, ମାଲକାନଗିରିରୁ ୩୨ ଚିହ୍ନଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking