36.1 C
Bhubaneswar
Tuesday, May 21, 2024
Homeସ୍ୱାଧୀନତା ଦିବସସ୍ୱାଧୀନତା ପାଇଁ ସଂଗ୍ରାମୀଙ୍କ ବଳିଦାନ

ସ୍ୱାଧୀନତା ପାଇଁ ସଂଗ୍ରାମୀଙ୍କ ବଳିଦାନ

ନୂଆଦିଲ୍ଲୀ: ୧୫ ଅଗଷ୍ଟ ୨୦୨୧ରେ ଭାରତ ନିଜର ୭୫ତମ ସ୍ୱତନ୍ତ୍ରତା ଦିବସ ପାଳନ କରିବ । ଏହିଦିନ ଆମକୁ ଇଂରେଜମାନଙ୍କ ଠାରୁ ସ୍ୱାଧୀନତା ମିଳିଥିଲା । ଏହି ଦିନ ଆଜାଦୀ ପାଇଁ ନିଜ ବଳିଦାନ ଦେଇଥିବା ସଂଗ୍ରୀମୀ ମାନଙ୍କୁ ସ୍ମରଣ କରିବା ପାଇଁ ଦିନଟିଏ । ଏହିଦିନ ସ୍କୁଲ, କଲେଜରେ ଭାଷଣ ର ଆୟୋଜନ ହୋଇଥାଏ । ଭାରତ ୧୮୫୭ରୁ ୧୯୪୭ ପର୍ଯ୍ୟନ୍ତ ସଂଗ୍ରାମ କରିବା ପରେ ବ୍ରିଟିଶ ଶାସନରୁ ଅଗଷ୍ଟ ୧୫ ୧୯୪୭ରେ ମୁକ୍ତ ହୋଇଥିଲା ଓ ଏକ ସ୍ୱତନ୍ତ୍ର ରାଷ୍ଟ୍ର ବନିଥିଲା । ସେବେଠୁ ଭାରତବାସୀ ଏହି ଦିନକୁ ସ୍ୱତନ୍ତ୍ରତା ଦିବସ ଭାବରେ ଅତି ଧୂମଧାମରେ ହସ ଉଲ୍ଲାସ ସହିତ ପାଳନ କରିଥାନ୍ତି ।
ସ୍ୱତନ୍ତ୍ରତା ସଂଗ୍ରାମ ପାଇଁ ସଂଘର୍ଷ ସେବେ ଆରମ୍ଭ ହୋଇଥିଲା, ଯେତେବେଳେ ମଙ୍ଗଳ ପାଣ୍ଡେ ନାମକ କ୍ରାନ୍ତିକାରୀକୁ ବ୍ରିଟିଶ ଶାସନର ଇଂରେଜ ଅଧିକାରୀ ଗୁଳି ମାରିଥିଲେ । ସେହିଦିନଠାରୁ ସମଗ୍ର ଭାରତବାସୀ ଇଂରେଜଙ୍କ ବିରୋଧରେ ସ୍ୱର ଉଠାଇଥିଲେ । ଆମକୁ ଓ ଆମ ଦେଶକୁ ବ୍ରିଟିଶଙ୍କ ଠାରୁ ମୁକ୍ତି ଏତେ ସହଜରେ ମିଳିନଥିଲା । ଅନେକ ସ୍ୱାଧୀନତା ସଂଗ୍ରାମୀ ଏଥିପାଇଁ ବଳିଦାନ ଦେଇଛନ୍ତି । ଏଥିରେ ମହାତ୍ମାଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ମଙ୍ଗଳ ପାଣ୍ଡେ, ବାଲ୍ ଗଙ୍ଗାଧର ତିଲକ, ପଣ୍ଡିତ ଜବାହାରଲାଲ ନେହେରୁ, ଲୋକ ମାନ୍ୟ ତିଲକ, ଲାଲ ଲଜପତ୍ ରାୟ ଓ ଖୁଦିରାମ ବୋଷ ଆଦି ସାମିଲ ଅଛନ୍ତି । ଆଜାଦୀ ପାଇଁ ମହାତ୍ମା ଗାନ୍ଧୀ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରିଥିଲେ ଏବଂ ଅନେକଥର ତାଙ୍କୁ ଜେଲ ଯିବାକୁ ପଡିଥିଲା । ହେଲେ ସେ ହାର୍ ମାନିନଥିଲେ । କାରଣ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ବ୍ରିଟିଶ ଶାସନରୁ ଭାରତକୁ ମୁକୁଳାଇବା । ତେବେ ଅନେକ ଅତ୍ୟାଚାର ଓ ସଂଘର୍ଷ କରିବାର ଫଳସ୍ୱରୂପ  ଭାରତକୁ ସ୍ୱାଧୀନତା ମିଳିଥିଲା ।
ଭାରତ ଇତିହାସରେ ୧୫ ଅଗଷ୍ଟ ୧୯୪୭କୁ ସ୍ୱର୍ଣ୍ଣ ଅକ୍ଷରରେ ଲେଖାଗଲା । ମୁକ୍ତ ହେବା ପରେ ଏହିଦିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଲାଲ କିଲ୍ଲାରେ ପତାକା  ଉତ୍ତୋଳନ କରିଥିଲେ । ସେବେଠୁ ପ୍ରତିବର୍ଷ ଦେଶର ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରନ୍ତି, ରାଷ୍ଟ୍ରଗାନ କରନ୍ତି ଓ ଭାଷଣ ଦ୍ୱାରା ଦେଶକୁ ସମ୍ବୋଧିତ କରନ୍ତି । ଏହାବ୍ୟତୀତ ସେନା ଦ୍ୱାରା ଶକ୍ତି ପ୍ରଦର୍ଶନ ଓ ପରେଡ ମାର୍ଚ୍ଚ କରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking