37.1 C
Bhubaneswar
Thursday, March 28, 2024
Homeଓଡିଶାଭୁବନେଶ୍ୱର ରୁ ଆଉ ୧୪୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର ରୁ ଆଉ ୧୪୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ହୁ ହୁ ହୋଇ ବଢିଚାଲିଥିବା ବେଳେ ଆଜି ପୁଣି ରାଜଧାନୀରୁ ୧୪୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୮ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୧ ଜଣ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜଧାନୀରେ ୧୪୫ ଜଣ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୨୧୭କୁ ବୃଦ୍ଧି ପାଇଛି । ୧୯୪୩ ଜଣ ସୁସ୍ଥ ହୋଇଥିବା ବେଳେ ୧୨୫୪ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ୧୮ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।


 

ଓଲ୍ଡ ଟାଉନ ରୁ ୪, ସାଲିଆ ସାହୀରୁ ୩ ଲୋକାଲ କେସ ଚିହ୍ନଟ ହୋଇଛି। ସଙ୍ଗରୋଧ କେନ୍ଦ୍ର ରୁ ନୟାପଲ୍ଲୀ ଅଞ୍ଚଳ ବ୍ରିଟ କଲୋନୀ ରୁ ୭ଜଣ, ସାଳିଆ ସାହି ରୁ ୧୧ ଜଣ, ସିରିପୁରୁ ରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking