34.1 C
Bhubaneswar
Friday, March 29, 2024
Homeଓଡିଶାସୁସ୍ଥ ହେଲେ ଆଉ ୧୪୯ କରୋନା ରୋଗୀ

ସୁସ୍ଥ ହେଲେ ଆଉ ୧୪୯ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୪୯ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ୧୪୯ ଜଣଙ୍କ ମଧ୍ୟରୁ ଗଂଜାମରୁ ସର୍ବାଧିକ ୫୭ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୨୬ ଜଣ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗୀରରୁ ୧୧ ଜଣ, ଜଗତସିଂହପୁରରୁ ୮ ଜଣ, ବାଲେଶ୍ୱର, ଯାଜପୁର ଓ ନୟାଗଡରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇଥିବା ଖବର ପ୍ରକାଶ ପାଇଛି । ସେହିଭଳି ଭଦ୍ରକ, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ସୁନ୍ଦରଗଡ ଜିଲ୍ଲାରୁ ୪, କେନ୍ଦୁଝର ଜିଲ୍ଲାରୁ ୩, ଓ କଟକରୁ ୨ ଜଣ ସୁସ୍ଥ ହୋଇଛନ୍ତି । ବୌଦ୍ଧ ଓ କୋରାପୁଟ ଜିଲ୍ଲାରୁ ବି ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ସୁସ୍ଥଙ୍କୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ୨୨୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଉ ୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦କୁ ବୃଦ୍ଧିପାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୯୭ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ଓ ୧୩ଜଣ ସ୍ଥାନୀୟ ମାମାଲା ବୋଲି ଜଣାପଡ଼ିଛି  ।
https://onakhabar.com/2020/06/10/110-corona-positive-identified-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking