40.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗରାଜ୍ୟରେ ଆଉ ୧୪୬ ଆକ୍ରାନ୍ତ ଚିହ୍ନଟ; ସଂଖ୍ୟା ଟପିଲା ୩ହଜାର

ରାଜ୍ୟରେ ଆଉ ୧୪୬ ଆକ୍ରାନ୍ତ ଚିହ୍ନଟ; ସଂଖ୍ୟା ଟପିଲା ୩ହଜାର

ଭୁବନେଶ୍ୱର : ରାଜ୍ୟରେ ଆଉ ୧୪୬ଜଣ କେରା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦କୁ ବୃଦ୍ଧିପାଇଛି । ୧୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଓ ୧୯ଜଣ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଆଜି ଚିହ୍ନଟ ହୋଇଥିବା ୧୪୬ଜଣଙ୍କ ମଧ୍ୟରୁ ଏନ୍‌ଡିଆର୍‌ଏଫ୍ ଓ ଓଡ୍ରାଫ ଯବାନ ୬୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୧୨ଜଣ ଅଗି୍ନଶମ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ଅଗ୍ନିଶମ ଡିଜିଙ୍କ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ମିଳିଛି । କୋଲକତାକୁ ବାତ୍ୟା ପୁନଃରୁଉଦ୍ଧାର ପାଇଁ ଯାଇ ଫେରିଥିଲେ ।
ଆଜି ରାଜ୍ୟର ୧୭ଜିଲ୍ଲାରୁ ୧୪୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । , ଗଞ୍ଜାମରୁ ୧୮, ଜଗତସିଂହପୁର ୮, ସୁନ୍ଦରଗଡ଼ ଓ ବାଲେଶ୍ୱରରୁ ୭, ଦେବଗଡ଼ ୫, ନୟାଗଡ଼, ମୟୁରଭଞ୍ଜ ଓ କଳାହାଣ୍ଡିରୁ ୩ଜଣ, ଯାଜପୁର, ଢ଼େଙ୍କାନାଳ,ମାଲକାନଗିରି ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡ଼ା,କଟକ,କେନ୍ଦୁଝର ଓ କନ୍ଧମାଳରରୁ ୨ଜଣ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରେ ଆଜିର ୧୯ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୬କୁ ବୃଦ୍ଧିପାଇଛି ।ସେଥିମଧ୍ୟରୁ ୪ଜଣ ସଂକମ୍ରିତଙ୍କର ମୃତ୍ୟୁ ଘଟିଛି। ୧୪୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ ୧୨୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।
ସେହିପରି ଗଞ୍ଜାମରେ ଆଜିର ୧୮ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪୯କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୪ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୪୧୯ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତିି । ଅନ୍ୟ ୨୨୬ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।
ଜଗତସିଂହପୁରେ ଆଜିର ୮ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୫୭ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୪୦ଜଣ ଚିକିତ୍ସିତ ହେଉଛନ୍ତି ।

ସୁନ୍ଦରଗଡ଼ରେ ଆଜିର ୭ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୫୭ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୬୧ଜଣ ଚିକିତ୍ସିତ ହେଉଛନ୍ତି । ଅସହିପରି ବାଲେଶ୍ୱରରେ ଆଜିର ୭ଜଣଙ୍କ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୭କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୧୫୦ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୪୬ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।
ଦେବଗଡ଼ରେ ଆଜିର ୫ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୩୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟ ୬ଜଣ ଚିକିତ୍ସିତ ହେଉଛନ୍ତି ।
ନୟାଗଡ଼ରେ ଆଜିର ୩ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୩କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୬୮ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟ ୨୫ଜଣ ଚିକିତ୍ସିତ ହେଉଛନ୍ତି । ମୟୁରଭଞ୍ଜରେ ଆଜିର ୩ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୧୬ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୬୩ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି କଳହାଣ୍ଡିରେ ଆଜିର ୩ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୧୫ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୧୭ଜଣ ଚିକିତ୍ସିତ ହେଉଛନ୍ତି ।
କେନ୍ଦ୍ରାପଡ଼ାରେ ଆଜିର ୨ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯କୁ ବୃଦ୍ଧିପାଇଛି ।ସେଥିମଧ୍ୟରୁ ୧୫୩ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୧୬ଜଣ ଚିକିଓବିତ ହେଉଛନ୍ତି । ସେହିପରି କଟକରେ ଆଜିର ୨ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ୯୩ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ ୯୫ଜଣ ଚିକିଓବିତ ହେଉଛନ୍ତି । କେନ୍ଦୁଝରରେ ଆଜିର ୨ଜରଙ୍କୁ ମିଶାି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୨୨ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୨୩ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି କନ୍‌ଦମାଳରେ ଆଜିର ୨ଜଣଙ୍କୁ ମିଶାି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧିପାଇଛି ।ଚ ସେଥିମଧ୍ୟରୁ ୨୨ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୧୫ଜଣ ଚକିତ୍ସିତ ହେଉଛନ୍ତି ।
ଯାଜପୁରରେ ଆଜିର ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୬କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୨୬୯ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୫୭ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ଢ଼େଙ୍କାନାଳରେ ଆଜିର ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୧୬ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୨୩ଜଣ ଚିକିଓବିତ ହେଉଛନ୍ତି । ମାଲକାନଗିରିରେ ଆଜିର ଜଣଙ୍କୁ ମିଶଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୨୧ଜଣ ସୁସ୍ଥ ହୋଇଛନ୍ତି । ଜଷର ଆକ୍ରାନ୍ତ ଚିକତ୍ସିତ ହେଉଛନ୍ତି । ସେହିପରି ବଲାଙ୍ଗୀରରୁ ଆଜିର ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୬୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତିି । ଅନ୍ୟ ୬୧ଜଣ ଆକ୍ରାନ୍ତ ଚିକତ୍ସିତ ହେଉଛନ୍ତି ।
ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୯ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୧୯୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୧୩୬ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking