29.1 C
Bhubaneswar
Thursday, April 25, 2024
Homeଓଡିଶାସୁସ୍ଥ ହେଲେ ଆଉ ୧୪୬ କରୋନା ଆକ୍ରାନ୍ତ

ସୁସ୍ଥ ହେଲେ ଆଉ ୧୪୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୧୪୬ କରୋନା ଆକ୍ରାନ୍ତ । କଟକରୁ ସର୍ବାଧିକ ୨୬ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୩, ଗଂଜାମରୁ ୧୮, ମୟୁରଭଂଜରୁ ୧୩, ଗଜପତିରୁ ୧୨, ଭଦ୍ରକରୁ ୧୧, ବଲାଙ୍ଗୀରରୁ ୧୧ ସୁସ୍ଥ ହୋଇଛନ୍ତି । ସେହିଭଳି କନ୍ଧମାଳ, କୋରାପୁଟ ଓ ରାୟଗଡାରୁ ୫ ଜଣ ଲେଖାଁଏ ସୁସ୍ଥ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାରୁ ୪ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଯାଜପୁର ଓ ନୟାଗଡରୁ ୩ ଜଣ ଲେଖାଁଏ ସୁସ୍ଥ ହୋଇଥିବା ବେଳେ ଢେଙ୍କାନାଳ, ନୂଆପଡା ଓ ପୁରୀରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିଭଳି ଜଗତସିଂହପୁରରୁ ବି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ୨୮୫୪ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ରାଜ୍ୟରେ ଆଉ ୧୪୬କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  ଚିହ୍ନଟ ହୋଇଥିବା ୧୪୬ଙ୍କ ମଧ୍ୟରୁ ୧୨୮ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧୮ଜଣ ଆକ୍ରାନ୍ତ ସ୍ଥାନୀୟ ମାମାଲା ବୋଲି ଜଣାପଡ଼ିଛି ।
https://onakhabar.com/2020/06/15/146-corona-positive-identified-in-odisha-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking