27.1 C
Bhubaneswar
Friday, March 29, 2024
Homeଓଡିଶାସମ୍ବଲପୁରରେ ଏହି ୧୦ ଟି ଜାଗାରେ ୧୪୪ ଧାରା

ସମ୍ବଲପୁରରେ ଏହି ୧୦ ଟି ଜାଗାରେ ୧୪୪ ଧାରା

ଭୁବନେଶ୍ଵର: ସମ୍ବଲପୁର ଜିଲ୍ଲାରେ ବର୍ଦ୍ଧିତ କରୋନା ସଂକ୍ରମଣ କାରଣରୁ ୧୦ଟି ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି । ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ। ବଡବଜାରର ହଟଲି ଛକ, ହୀରାକୁଦ କଲୋନୀ, ଝାଡୁଆପଡାର ଶ୍ରଦ୍ଧାକର ସୁପକରା ଗଳି, ପାଞ୍ଚଗୋଛିଆର ହରଗୌରୀପଡା, ଜଗନ୍ନାଥ ମନ୍ଦିର କଲୋନୀ, ହାଉସିଂବୋର୍ଡ କଲୋନୀ, ଧନୁପାଲିର ଶିବ ନଗର, ମୋତିଝରଣର ଏକ୍ସପ୍ଲୋସିଭ୍ କଲୋନୀ, ବରେଇପାଲିର ନୂଆପଡା, କଂସାରିପଡାରେ ୧୪୪ ଧାରା ଲାଗୁ ହୋଇଛି । ଏହି ଅଂଚଳର ୧୦୦ ମିଟର ବ୍ୟାସାର୍ଦ୍ଧ ଭିତରେ ସାଧାରଣ ଲୋକଙ୍କୁ ପ୍ରବେଶ ମନା ରହିଛି। କରୋନା ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking