ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ଗୋପୀନାଥପୁର ଗାଁରେ ରସୁଲପୁର ବିଡ଼ିଓ ଓ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା। ଘଟଣାରେ ସଂପୃକ୍ତ ୩ ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଏନେଇ ସୂଚନା ଦେଇଛନ୍ତି ଯାଜପୁର ଏସପି ଚରଣ ସିଂ ମୀନା। ଏପଟେ ସମ୍ପୃକ୍ତ ଅଞ୍ଚଳରେ ୧୪୪ଧାରା ଜାରି କଲା ପ୍ରଶାସନ।
ଆଜି ଜିଲ୍ଲାର ରସୁଲପୁର ବ୍ଲକରେ କରୋନା ସ୍ଥିତିର ଅନୁଧ୍ୟାନ କରିବା ଓ ଲକ ଡାଉନ ସମୟରେ ପ୍ରଶାସନିକ ଅଧିକାରୀମାନେ ଚେକିଂ କରୁଥିବା ସମୟରେ ଏଭଳି କାଣ୍ଡ ଘଟିଥିଲା। ଏନେଇ ଗୋପୀନାଥପୁର ଗାଁରେ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କ ସମ୍ପର୍କରେ ଖୋଳତାଡ଼ କରୁଛି ପୋଲିସ।