କଟକ-କଟକରେ କାୟା ମେଲାଉଛି କରୋନା। ସହରରେ ବୁଧବାର ଆଉ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ମାଲଗୋଦାମ କଣ୍ଟେନମେଣ୍ଟ ଜୋନରୁ କେବଳ ୧୧୨ ଜଣ ରହିଛନ୍ତି। ୧୧୨ ଆକ୍ରାନ୍ତଙ୍କ ମଧ୍ୟରେ ୬୨ ପୁରୁଷ ଏବଂ ୫୦ ମହିଳା। ସେହିପରି କ୍ୱାରାଣ୍ଟାଇନରୁ ୧୯ ଜଣ ଚିହ୍ନଟ ହୋଇଥିବାବେଳେ ୧୨ ଜଣ ଲୋକାଲ କଣ୍ଟାକ୍ଟ। ଏ ନେଇ ସିଏମ୍ସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ଓଡ଼ିଶାରେ ଦିନକରେ ୧,୩୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୩୩୭ ଆକ୍ରାନ୍ତଙ୍କ ମଧ୍ୟରୁ ୮୧୫ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୫୨୨ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।