27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୧୦ ବର୍ଷର ବାଳିକାକୁ ଯୌନ ନିର୍ଯାତନା ପାଇଁ ୧୪୨ ବର୍ଷ କାରାଦଣ୍ଡ; ଆଉ ୫ ଲକ୍ଷ...

୧୦ ବର୍ଷର ବାଳିକାକୁ ଯୌନ ନିର୍ଯାତନା ପାଇଁ ୧୪୨ ବର୍ଷ କାରାଦଣ୍ଡ; ଆଉ ୫ ଲକ୍ଷ ଟଙ୍କା ଜରିମାନା

କେରଳ:କେରଳରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ, ପତନମାଟିତା ର ଏକ POCSO କୋର୍ଟ ଜଣେ ୪୧ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ଦୁଇ ବର୍ଷ ଧରି ୧୦ ବର୍ଷର ବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ୧୪୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ଦୋଷୀ ବ୍ୟକ୍ତିଙ୍କ ଉପରେ କୋର୍ଟ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେଇଛନ୍ତି। ଯଦି ଦୋଷୀ ଜରିମାନା ଦେବାକୁ ବିଫଳ ହୁଅନ୍ତି, ତେବେ ତାଙ୍କୁ ତିନି ବର୍ଷ ପାଇଁ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ସୂଚନା ଦିଆ ଯାଇଛି ।ଜିଲ୍ଲାର ଏକ POCSO ମାମଲାରେ ଦୋଷୀଙ୍କୁ ଦିଆଯାଇଥିବା ଏହା ହେଉଛି ସର୍ବୋଚ୍ଚ ଦଣ୍ଡ।

ସୂଚନାମୁତାବକ ଦୋଷୀ ବ୍ୟକ୍ତିଙ୍କ ନାମ ହେଉଛି ଆନନ୍ଦାନ୍ ପି ଆର ଛଦ୍ମନାମ ବାବୁ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବାବୁଙ୍କୁ ୬୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ। ଏହି ବ୍ୟକ୍ତି ଜଣକ ତିରୁଭାଲା ପୋଲିସ ଦ୍ୱାରା ୨୦ ମାର୍ଚ୍ଚ ୨୦୨୧ ରେ ୨୦୧୯- ୨୦ ମଧ୍ୟରେ ୧୦ ବର୍ଷର ବାଳିକାକୁ ବଳାତ୍କାର କରିବା ସହ ତାଙ୍କୁ ଅତି ନିର୍ମମ ଭାବରେ ଅନେକ ଥର ଯୌନ ନିର୍ଯାତନା ଅଭିଯୋଗରେ ବୁକ୍ କରାଯାଇଥିଲା।

ବାବୁ ପିଲାଟିର ସମ୍ପର୍କୀୟ ମନେ ହେଉଥିଲେ ଏବଂ ଗୋଟିଏ ଘରେ ତାଙ୍କ ପିତାମାତାଙ୍କ ସହ ରହୁଥିଲେ। ପୋଲିସର ସୂଚନାନୁସାରେ, ଏହି ମାମଲାରେ POCSO ଓକିଲ ଜେସନ ମାଥ୍ୟୁସ ନାବାଳିକାଙ୍କ ନାମରେ ହାଜର ହୋଇଥିଲେ। ନାବାଳିକାଙ୍କ ବିବୃତ୍ତି, ତାଙ୍କର ଚିକିତ୍ସା ରେକର୍ଡ ତଥା ଅନ୍ୟାନ୍ୟ ପ୍ରମାଣ ଏହି ମାମଲାରେ ଉପସ୍ଥାପିତ ହୋଇଥିଲା। ଏହା ପରେ ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କୁ ୧୪୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking