28.1 C
Bhubaneswar
Thursday, March 28, 2024
Homeଓଡିଶା୧୪ଶହ କି.ମି. ସାଇକେଲ ଯୋଗେ ଫେରିଲେ ବୁଲାବିକାଳି

୧୪ଶହ କି.ମି. ସାଇକେଲ ଯୋଗେ ଫେରିଲେ ବୁଲାବିକାଳି

କୋରୁକୋଣ୍ଡା : ସାରା ଦେଶରେ ବର୍ତ୍ତମାନ ଲକ୍ ଡାଉନ୍ ହେତୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ତେଣୁ ଏହି ସମୟରେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକ କେତେବେଳେ ଚାଲିଚାଲି ଆସୁଛନ୍ତି ତ କେତେବେଳେ ସାଇକେଲ ନେଇ ନିଜ ରାଜ୍ୟକୁ ଫେରୁଥିବାର ଚିତ୍ର ଦେଖିବାକୁ ମିଳୁଛି । ସେହିପରି ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳକୁ ସାଇକେଲ ଯୋଗେ ଜଣେ ଶ୍ରମିକ ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆସି ପହଞ୍ôଚଛନ୍ତି । ଉକ୍ତ ଶ୍ରମିକଙ୍କ ନାମ ହେଉଛି ରଞ୍ଜିତ ମଣ୍ଡଳ । ଏହି ବ୍ୟକ୍ତି ଆଜିକୁ ଦୀର୍ଘ ୧୨ ବର୍ଷ ହେବ ମାଥିଲି ଠାରେ ଭଡ଼ା ଘରେ ରହି ବୁଲିବୁଲି ଚୁଟି ବେପାର କରୁଛି । ରଞ୍ଜିତଙ୍କ କହିବାନୁଯାୟୀ ଲକ୍ ଡାଉନ୍ ହେତୁ ସେ ବାଧ୍ୟ ହୋଇ ସାଇକେଲ ଧରି ନିଜ ଘର ଖଡ଼ଗପୁରରୁ ବାହାରିଥିଲା । ତେବେ ବାଟରେ ସେ ରାସ୍ତା ଜାଣିନପାରି ସମ୍ବଲପୁର ଆଡ଼କୁ ଚାଲିଯାଇଥିଲା । ସେଠାରୁ ପୁଣି ଥରେ ସେ ଭୁବନେଶ୍ୱରକୁ ଫେରି ଓଡ଼ିଶା ରାସ୍ତା ରାୟଗଡ଼ା ଦେଇ ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲ୍ଲୀ ଠାରେ ପହଞ୍ôଚ ଥିଲା । ପାଖାପାଖି ୧୪ଶହ କି.ମି. ସାଇକେଲରେ ଆସିଥିବା ରଞ୍ଜିତ ସୂଚନା ଦେଇଛି । ସେ ମାଲକାନଗିରି ଜିଲ୍ଲାକୁ ପ୍ରବେଶ କରିବା ସମୟରେ ଗୋବିନ୍ଦପାଲ୍ଲୀ ରାଜସ୍ୱ ନିରୀକ୍ଷକ ଲବନ ସୋରେନ ଖବରପାଇ ଉକ୍ତ ବ୍ୟକ୍ତିକୁ ଉଦ୍ଧାର କରି ମାଥିଲି କ୍ୱାରେଣ୍ଟାଇନକୁ ପଠାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking