ଦେଶର ୧୪ ରାଜ୍ୟରେ ସୁସ୍ଥତା ହାର ୯୦ ପ୍ରତିଶତ

ନୂଆଦିଲ୍ଲୀ: ଦେଶରେ ଏବେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ତେବେ ନୂଆ ମାମଲାରେ ହ୍ରାସ ସହିତ ରିକଭରି ରେଟ୍ ମଧ୍ୟ ବଢୁଛି । ଦେଶର ୧୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ରିକଭରୀ ରେଟ୍ କିମ୍ବା ୯୦ ପ୍ରତିଶତ ତଥା ତା ଠାରୁ ଅଧିକ ହୋଇଛି ।  ମେ ମାସ ଆରମ୍ଭରେ ଯେଉଁଠି ଆକ୍ଟିଭ କେସ ୩୭ ଲକ୍ଷ ଥିଲା, ତାହା ଏବେ ୨୬ ଲକ୍ଷରେ ପହଂଚି ସାରିଛି । ଦେଶରେ ସବୁଠୁ ଅଧିକ ରିକଭରି ରେଟ ରାଜଧାନୀର ଦିଲ୍ଲୀର । ସେଠାରେ ୯୭ ପ୍ରତିଶତ ରିକଭରି ରେଟ୍ ରହିଛି । ଏହାପରେ ୟୁପି, ବିହାର ଓ ହରିୟାଣାରେ ୯୪ ପ୍ରତିଶତ ରହିଛି । ସେହିଭଳି ମହାରାଷ୍ଟ୍ର, ତେଲେଙ୍ଗାନା, ଝାଡଖଣ୍ଡ, ଛତିଶଗଡ ଓ ମଧ୍ୟପ୍ରଦେଶରେ ୯୩ ପ୍ରତିଶତ ରହିଛି । ମିଜୋରାମ, ମେଘାଳୟ ଓ ସିକ୍କିମ ଭଳି ରାଜ୍ୟରେ ୭୦ରୁ ୭୬ ପ୍ରତିଶତ ରିକଭରି ରେଟ ରହିଛି ।

LEAVE A REPLY

Please enter your comment!
Please enter your name here