26.1 C
Bhubaneswar
Friday, March 29, 2024
Homeଓଡିଶାଝାରସୁଗୁଡ଼ା ସବଜେଲରୁ କଏଦୀଙ୍କୁ ଛଡ଼ାଗଲା

ଝାରସୁଗୁଡ଼ା ସବଜେଲରୁ କଏଦୀଙ୍କୁ ଛଡ଼ାଗଲା

ଝାରସୁଗୁଡା : କରୋନା କଟକଣାକୁ ପାଳନ କରିବାସହ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ଝାରସୁଗୁଡ଼ା ଉପକାରାଗାରରୁ କଏଦୀମାନଙ୍କୁ ପେରୋଲ ଓ ବେଲରେ ଛଡ଼ାଯାଇଛି । ଏବେ ୧୪ ଜଣ କଏଦୀଙ୍କୁ ଛଡାଯାଇଥିବାବେଳେ ଆଗାମୀ ଦିନରେ ଆହୁରି କିଛି କଏଦୀଙ୍କୁ ଛଡା ଯିବା ନେଇ ଜେଲେର ଦେବେନ୍ଦ୍ର ଥାଟି ସୂଚନା ଦେଇଛନ୍ତି । ଏନେଇ ଜିଲ୍ଲା ଦୌରା ଜଜଙ୍କ ଅଧ୍ୟକ୍ଷତାରେ ଥିବା ଅଣ୍ଡର ଟ୍ରାଏଲ କମିଟି ଅଧିନରେ ବିଚାର ଚାଲିଥିବା ଶ୍ରୀ ଥାଟି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସର୍ବାଧିକ ୭ ବର୍ଷ ଦଣ୍ଡାଦେଶ ଥିବା କଏଦୀଙ୍କ ମଧ୍ୟରୁ ୨୨ ଜଣଙ୍କୁ ବେଲରେ ଛାଡ଼ିବା ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି । ଏହି ତାଲିକା ଏବେ ଅଣ୍ଡର ଟ୍ରାଏଲ କମିଟିର ବିଚାରଧୀନ ଥିବାବେଳେ ୧୪ ଜଣଙ୍କ ଜାମିନ ମଞ୍ଜୁର ହୋଇସାରିଛି ।
ସୂଚନା ଅନୁଯାୟୀ, ବର୍ତ୍ତମାନ ଝାରସୁଗୁଡ଼ା ସବଜେଲରେ ଥିବା ବ୍ୟବସ୍ଥା ଅନୁଯାୟୀ ଏଠାରେ ୨୪୪ କଏଦୀ ରହିପାରିବେ । ମାତ୍ର ଏବେ ଏହି ଜେଲରେ ୨୮୮ କଏଦୀ ଅଛନ୍ତି । ଏଥି ମଧ୍ୟରୁ ୧୫ ଜଣ ମହିଳା ଅନ୍ତେବାସିନୀ ମଧ୍ୟ ଅଛନ୍ତି । ତେଣୁ କରୋନା ଭଳି ସଂକ୍ରମଣ ରୋଗ ଯେଭଳି ଜେଲ ଅନ୍ତେବାସୀଙ୍କୁ ସଂକ୍ରମିତ ନକରିବ ସେ ନେଇ ରାଜ୍ୟ ସରକାର ବିଶେଷ ଦୃଷ୍ଟି ଦେଇଛନ୍ତି । ତେଣୁ ଜେଲ ଅନ୍ତେବାସୀମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରାଯାଉଛି । ବିଚାର ବିଭାଗୀୟ ହାଜତରେ ଥିବା ଅନ୍ତେବାସୀଙ୍କ ଖାଇବା, ରହିବା ସମୟରେ ଯେପରି ଦୂରତ୍ୱ ରହିବ ସେଥିପାଇଁ ଗୋଲେଇ ଚିହ୍ନ ଦିଆଯାଇଛି । ଜେଲ ଭିତରକୁ ଗଲାବେଳେ ଓ ବାହାରିଲା ବେଳେ ହାତ ଧୋଇବା ପାଇଁ ବ୍ୟବସ୍ଥା କରାଯାଇଛି । ନୂଆଁ କଏଦୀ ଜେଲକୁ ଆସିଲେ ତାକୁ ଅନ୍ୟତ୍ର ରଖାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଜେଲ ଭିତରେ ଥିବା ୩ ନମ୍ବର ୱାର୍ଡକୁ ଏଥିପାଇଁ ଆଇସୋଲେସନ୍ ୱାର୍ଡ କରାଯାଇଛି । ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଜେଲର ଓ ସିଡିଏମଓଙ୍କ ମଧ୍ୟରେ ନିୟମିତ ବାର୍ତ୍ତାଳାପ ହେଉଥିବା ଜେଲର ଶ୍ରୀ ଥାଟି କହିଛନ୍ତି । ତେବେ ଜେଲରେ ଥିବା ଡାକ୍ତର ପଦବୀରେ କେହି ଏଲୋପ୍ୟାଥି ଡାକ୍ତର ନଥିବାରୁ ଜଣେ ହୋମିଓପ୍ୟାଥି ଡାକ୍ତର କାର୍ଯ୍ୟ ତୁଲାଉଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking