37.1 C
Bhubaneswar
Thursday, March 28, 2024
Homeଓଡିଶାଭୁବନେଶ୍ୱରରେ ଆଜି ଆଉ ୧୪ ପଜିଟିଭ ଚିହ୍ନଟ

ଭୁବନେଶ୍ୱରରେ ଆଜି ଆଉ ୧୪ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଆଉ ୧୪ ଜଣ କରୋନା ପଜେଟିଭ ଟିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଟି କ୍ୱାରେଣ୍ଟିନ କେସ ରହିଥିବା ବେଳେ ୧୦ଟି ଲୋକାଲ କଣ୍ଟାକ୍ଟ କେସ ରହିଛି । ୧୦ ଲୋକାଲ କଣ୍ଟାକ୍ଟ କେସ ମଧ୍ୟରେ କାନନ ବିହାର ଫେଜ ୨ରୁ ଜଣେ ୭୫ ବର୍ଷୀୟା ମହିଳା ଗୋଟିଏ ଘରୋଇ ହସ୍ପିଟାଲକୁ ଯାଇ କରୋନା ସଂକ୍ରମିତ ହୋଇଛନ୍ତି । ବମିଖାଲରୁ ଜଣେ ୪୦ ବର୍ଷୀୟ ଯୁବକ ମଧ୍ୟ ଏକ ଘରୋଇ ହସ୍ପିଟାଲ ଯାଇ କରୋନାରେ ସଂକ୍ରମିତ ହୋଇଛନ୍ତି । ନୟାପଲ୍ଲୀ ଅଂଚଳରୁ ଜଣେ ୩୦ ବର୍ଷୀୟ ଯୁବକ କରୋନାରେ ସଂକ୍ରମିତ ହେବା ସହ ଆଇଆରସି ଭିଲେଜ ଏନ ୧ରୁ ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଥିବା ଜଣେ ୫୬ ବର୍ଷୀୟା ମହିଳା ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଡିଏଭି ସ୍କୁଲ ନିକଟ ୟୁନିଟ ୮ ଅଂଚଳରୁ ସରକାରୀ ଅଫିସରେ ଡ୍ରାଇଭର ଥିବା ଜଣେ ୬୦ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ୧ ବର୍ଷର ଶିଶୁ କନ୍ୟା ୟନିଟ ୬ ଅଂଚଳରୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ହଟସ୍ପଟ ଜିଲ୍ଲାରୁ ସେମାନେ ଟ୍ରାଭେଲ କରି ଫେରିଥିବା ସୂଚନା ରହିଛି । ସେହିଭଳି ୟନିଟ ୯ରୁ ଜଣେ ୩୨ ବର୍ଷୀୟ ଯୁବକ କରୋନାର ଶିକାର ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ହସ୍ପିଟାଲରେ କାର୍ଯ୍ୟ କରୁଥିବା ପାତ୍ରପଡାରୁ ଜଣେ ୨୪ ବର୍ଷୀୟା ଯୁବତୀ କରୋନାରେ ସଂକ୍ରିମତ ହେବା ସହ ଆଉ ଘରୋଇ ହସ୍ପିଟାଲରେ କାମ କରୁଥିବା ଜଣେ୨୪ ବର୍ଷର ଯୁବତୀ ବି କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।
ଅନ୍ୟପଟେ ଆଜି ରାଜଧାନୀରୁ ୨୯ ଜଣ ସୁସ୍ଥ ହୋଇଛନ୍ତି । ବର୍ତମାନ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୮ରେ ପହଂଚିଥିବା ବେଳେ ୩୫୬ ଜଣ ସୁସ୍ଥ ହୋଇଛନ୍ତି । ୩୫୩ଟି ଏବେ ଆକ୍ଟିଭ କେସ ରହିଥିବା ବେଳେ ୮ ଜଣଙ୍କର ପ୍ରାଣ ନେଇଛି କରୋନା । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking