28.1 C
Bhubaneswar
Friday, March 29, 2024
Homeଅପରାଧହାଉଥି ବିଦ୍ରୋହୀଙ୍କ ଉପରେ ଏୟାରଷ୍ଟ୍ରାଇକ୍‌, ୧୪ ମୃତ

ହାଉଥି ବିଦ୍ରୋହୀଙ୍କ ଉପରେ ଏୟାରଷ୍ଟ୍ରାଇକ୍‌, ୧୪ ମୃତ

ଦୁବାଇ : ୟୁଏଇ ଉପରେ ହାଉଥି ବିଦ୍ରୋହୀଙ୍କ ଡ୍ରୋନ ଆକ୍ରମଣର ଦିନକ ପରେ ତାହାର ଜବାବ ଦେଇଛି ସାଉଦି ଆରବ ନେତୃତ୍ୱାଧୀନ ସାମରିକ ମେଣ୍ଟ । ଏହି ମେଣ୍ଟ ପକ୍ଷରୁ ୟେମେନର ରାଜଧାନୀ ସାନା ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଛି । ଏହି ଆକ୍ରମଣରେ ୧୪ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ କିଛି କୋଠା ଧ୍ୱଂସ ପାଇଯାଇଛି । ଜଣେ ପୂର୍ବତନ ମିଲିଟାରୀ ଅଫିସର ଅବଦୁଲ୍ଲା କାସିମ ଅଲ-ଜାନିଦଙ୍କ ଘର ଉପରେ ଏହି ବିମାନ ଆକ୍ରମଣ କରାଯାଇଥିଲା । ଏଥିରେ ଅବଦୁଲ୍ଲା କାସିମ, ତାଙ୍କ ପତ୍ନୀ, ୨୫ ବର୍ଷର ପୁଅ ଓ ଆଉ କିଛି ଅଜଣା ଲୋକ ମୃତ୍ୟୁବରଣ କରିଛନ୍ତି ବୋଲି ସାଉଦି ସରକାରୀ ଗଣମାଧ୍ୟମ ପ୍ରକାଶ କରିଛି । ଗତକାଲି ହାଉଥି ବିଦ୍ରୋହୀମାନେ ଆବୁ ଧାବିର ଏକ ତୈଳ ଟ୍ୟାଙ୍କରକୁ ଲକ୍ଷ୍ୟକରି ଡ୍ରୋନ ଦ୍ୱାରା ମିସାଇଲ ମାଡ଼ କରିବାରୁ ୨ ଜଣ ଭାରତୀୟ ଓ ଜଣେ ପାକିସ୍ତାନୀ ପ୍ରାଣ ହରାଇଥିଲେ । ଏହାର ପ୍ରତିଶୋଧ ନେବାକୁ ୟୁଏଇ ଧମକ ଦେଇଥିଲା । ସୂଚନାଯୋଗ୍ୟ ଯେ, ଇରାନ ସମର୍ôଥତ ହାଉଥି ବିଦ୍ରୋହୀମାନେ ୟେମେନର ସରକାରଙ୍କୁ ବିତାଡ଼ିତ କରି ନିଜସ୍ୱ ଶାସନ ଲାଗୁ କରିବାକୁ ଉଦ୍ୟମ ଚଳାଇଛନ୍ତି । ୨୦୧୪ରେ ହାଉଥି ବିଦ୍ରୋହୀମାନେ ୟେମେନର ରାଜଧାନି ସାନାକୁ ଅଧିକାର କରିନେଇଥିଲେ । କିନ୍ତୁ ସାଉଦି ଆରବ ନେତୃତ୍ୱାଧୀନ ସାମରିକ ମେଣ୍ଟ ୨୦୧୫ରେ ଏଥିରେ ହସ୍ତକ୍ଷେପ କରି ସାନାକୁ ବିଦ୍ରୋହୀମାନଙ୍କ କବଳରୁ ଛଡ଼ାଇନେଇଥିଲା । ୟୁଏଇ ଏହି ମେଣ୍ଟର ସଦସ୍ୟ ଥିବାରୁ ଓ ୟେମେନ ସେନାଙ୍କୁ ସହାୟତା କରୁଥିବାରୁ ବିଦ୍ରୋହୀମାନେ ୟୁଏଇକୁ ଟାର୍ଗେଟ କରିଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking