28.1 C
Bhubaneswar
Monday, December 9, 2024
Homeଓଡିଶା୨୦୨୨-୨୩ ଜିଏସ୍‌ଟି ସଂଗ୍ରହରେ ୧୪.୪୮% ଅଭିବୃଦ୍ଧି

୨୦୨୨-୨୩ ଜିଏସ୍‌ଟି ସଂଗ୍ରହରେ ୧୪.୪୮% ଅଭିବୃଦ୍ଧି

ଭୁବନେଶ୍ୱର: ୨୦୨୩ ମାର୍ଚ୍ଚରେ ଓଡ଼ିଶା ଜିଏସ୍‌ଟି ବାବଦକୁ ୪୭୪୯.୦୨ କୋଟି ଟଙ୍କା ସଂଗ୍ରହ କରିଛି । ୨୦୨୨ ମାର୍ଚ୍ଚରେ ଏହି ସଂଗ୍ରହ ପରିମାଣ ଥିଲା ୪୧୨୪.୬୬ କୋଟି ଟଙ୍କା । ଏ କ୍ଷେତ୍ରରେ ଗତ ବର୍ଷର ମାର୍ଚ୍ଚ ମାସ ତୁଳନାରେ ୧୫.୧୪% ଅଭିବୃଦ୍ଧି ଘଟିଛି । ପୁନଶ୍ଚ ୨୦୨୩ ମାର୍ଚ୍ଚ ମାସର ଜିଏସ୍‌ଟି ବାବଦକୁ ହୋଇଥିବା ସଂଗ୍ରହ ହେଉଛି ଦ୍ୱିତୀୟ ସର୍ବାଧିକ ସର୍ବକାଳୀନ ସଂଗ୍ରହ । ସେହିପରି ରାଜ୍ୟ ଜିଏସ୍‌ଟି (ଓଜିଏସ୍‌ଟି) ଓ ସମନ୍ୱିତ ଜିଏସ୍‌ଟି (ଆଇଜିଏସ୍‌ଟି) ଫଇସଲା ବାବଦକୁ ୨୦୨୩ ମାର୍ଚ୍ଚରେ ଓଡ଼ିଶାକୁ ମିଳିବାକୁ ଥିବା ଜିଏସ୍‌ଟି ପରିମାଣ ହେଉଛି ୧୯୭୭.୪୫ କୋଟିି ଟଙ୍କା । ୨୦୨୨ ମସିହା ମାର୍ଚ୍ଚ ମାସରେ ଏହି ରାଶି ଥିଲା ୧୭୦୯.୧୪ କୋଟି ଟଙ୍କା ।

ଫଳରେ ଏ କ୍ଷେତ୍ରରେ ୧୫.୬୯ ପ୍ରତିଶତ ଅଭିବୃଦ୍ଧି ଘଟିଛି । ୨୦୨୨-୨୩ ଆର୍ôଥକ ବର୍ଷରେ ରାଜ୍ୟ ପାଇବାକୁ ଥିବା ଜିଏସ୍‌ଟି ପରିମାଣ ୧୮,୭୬୬.୫୮ କୋଟି ଟଙ୍କା ହୋଇଥିବାବେଳେ ୨୦୨୧-୨୨ ଆର୍ôଥକ ବର୍ଷରେ ଏହି ପରିମାଣ ଥିଲା ୧୬,୩୯୨.୨୪ କୋଟି ଟଙ୍କା । ଏ କ୍ଷେତ୍ରରେ ୧୪.୪୮ ପ୍ରତିଶତ ଅଭିବୃଦ୍ଧି ଘଟିଛି । ୨୦୨୩ ମାର୍ଚ୍ଚରେ ପେଟ୍ରୋଲ ଓ ମଦରୁ ୧୯୧୭.୨୯ କୋଟି ଟଙ୍କାର ଭାଟ୍ ରାଜସ୍ୱ ସଂଗ୍ରହ କରାଯାଇଥିବାବେଳେ ୨୦୨୨ ମାର୍ଚ୍ଚରେ ଏହି ସଂଗ୍ରହ ପରିମାଣ ଥିଲା ୧୬୩୯.୫୩ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ୧୩.୨୧ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ସେହିପରି ୨୦୨୨-୨୩ ଆର୍ôଥକ ବର୍ଷରେ ୧୧୯୭୪.୬୫ କୋଟି ଟଙ୍କାର ଭାଟ୍ ରାଜସ୍ୱ ସଂଗ୍ରହ କରାଯାଇଥିବାବେଳେ ୨୦୨୧-୨୨ ଆର୍ôଥକ ବର୍ଷରେ ଏହି ସଂଗ୍ରହ ପରିମାଣ ଥିଲା ୯୯୬୫.୬୦ କୋଟି ଟଙ୍କା । ଏ କ୍ଷେତ୍ରରେ ୨୦.୧୬ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇପାରିଛି । ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ସଂସ୍ଥା ଦ୍ୱାରା ସଂଗ୍ରହ କରାଯାଇଥିବା ବିଭିନ୍ନ ଟିକସ (ଜିଏସ୍‌ଟି, ଭାଟ, ବୃତ୍ତିଗତ କର, ପ୍ରବେଶ ଶୁଳ୍କ) ବାବଦକୁ ରାଜସ୍ୱ ପରିମାଣ ୨୦୨୨-୨୩ ଆର୍ôଥକ ବର୍ଷରେ ୩୧,୧୫୮.୩୩ କୋଟି ଟଙ୍କା ହୋଇଥିବାବେଳେ ୨୦୨୧-୨୨ ଆର୍ôଥକ ବର୍ଷରେ ଏହା ଥିଲା ୨୬,୭୫୬.୧୮ କୋଟି ଟଙ୍କା; ଫଳରେ ଏ କ୍ଷେତ୍ରରେ ୧୬.୪୫ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଇ-ୱେବିଲ୍ ନିର୍ଗମନ କ୍ଷେତ୍ରରେ ମଧ୍ୟ ୧୭.୯୩ ପ୍ରତିଶତ ଅଭିବୃଦ୍ଧି ଘଟିଛି । ୨୦୨୩ ମାର୍ଚ୍ଚରେ ୨୧.୯୧ ଲକ୍ଷ ସଂଖ୍ୟକ ଇ-ୱେବିଲ୍ ନିର୍ଗମନ କରାଯାଇଥିବାବେଳେ ୨୦୨୨ ମାର୍ଚ୍ଚରେ ୧୮.୫୮ ଲକ୍ଷ ଇ-ୱେବିଲ୍ ନିର୍ଗମନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking