30.1 C
Bhubaneswar
Wednesday, April 24, 2024
Homeଖେଳଆଇପିଏଲରେ ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ-ଦିଲ୍ଲୀ କ୍ୟାପିଟାଲ୍ସ

ଆଇପିଏଲରେ ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ-ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ଆଇପିଏଲର ୧୪ ତମ ସିଜିନର ୧୩ତମ ମ୍ୟାଚ ମଙ୍ଗଳବାର ଚେନ୍ନାଇରେ ମୁମ୍ବାଇ ଇଣ୍ଡିଆନ୍ସର ସାମ୍ନା ଦିଲ୍ଲୀ କ୍ୟାପିଟାଲ୍ସ ସହ ହେବ । ପୂର୍ବ ସିଜିନର ଉପବିଜେତା ଦିଲ୍ଲୀ କ୍ୟାପିଟାଲ୍ସ ଟିମ ଗତ ଚାମ୍ପିୟନ ମୁମ୍ବାଇକୁ ମାତ୍‌ଦେବା ପାଇଁ ସମସ୍ତ ଶକ୍ତି ଲଗାଇବ । ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି ମୁକାବିଲା ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ ।
ଏପର୍ଯ୍ୟନ୍ତ ତିନୋଟି ମ୍ୟାଚରେ ଦୁଇ ଦଳ ୨-୨ ମ୍ୟାଚ ଜିତିଛନ୍ତି । ଆଇପିଏଲ ରେକର୍ଡ କଥା ଯଦି କହିବା, ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏପର୍ଯ୍ୟନ୍ତ(୨୦୦୮-୨୦୨୦) ୨୮ ମୁକାବିଲା ହୋଇଛି । ମୁମ୍ବାଇ ୧୬ଟିମ୍ୟାଚ ଜିତିଛି । ଯେତେବେଳେ କି ଦିଲ୍ଲୀକୁ ୧୨ଟିରେ ସଫଳତା ମିଳିଛି । ମୁମ୍ବାଇର ପଲା ଭାରି ରହିଛି । ଗତ ୫ଟି ମ୍ୟାଚରେ ମୁମ୍ବାଇ ଦିଲ୍ଲୀ କୁ ମାତ୍ ଦେଇଥିଲା ।୨୦୧୯ ଆଇପିଏଲରେ (୧୮ ଏପ୍ରିଲ) ମୁକାବିଲାରେ ହରାଇବା ପରେ ୨୦୨୦ରେ ସମସ୍ତ ୪ଟି ମ୍ୟାଚରେ ମୁମ୍ବାଇ ଦିଲ୍ଲୀକୁ ମାତ୍ ଦେଇଥିଲା ।

ଦିଲ୍ଲୀ ଟିମ ୱାଙ୍ଖଡେ ଷ୍ଟାଡିୟମରେ ପଂଜାବ କିଙ୍ଗସକୁ ୬ ୱିକେଟରେ ହରାଇବା ପରେ ଏହି ମ୍ୟାଚରେ ଖେଳିବ । ଯେତେବେଲେ କି ମୁମ୍ବାଇ ଛୋଟ ଲକ୍ଷ୍ୟର ପିଛା କରି ଲଗାତର ଭାବରେ ବିଜୟ ଲାଭ କରିଥିଲା । ହେଲେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏମିତି ହେବାର ନାହିଁ । ତାକୁ ଏହି ମୁକାବିଲାରେ ପ୍ରତି ବିଭାଗରେ ସର୍ବଶ୍ରେଷ୍ଠ କରିବାକୁ ପଡିବ । ତେବେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କ ଭଲ ପ୍ରଦର୍ଶନ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking