34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକଶ୍ମୀର ମଧ୍ୟକୁ ଅନୁପ୍ରବେଶ ଅପେକ୍ଷାରେ ୧୩୫ ଆତଙ୍କବାଦୀ: ବିଏସ୍‌ଏଫ୍‌

କଶ୍ମୀର ମଧ୍ୟକୁ ଅନୁପ୍ରବେଶ ଅପେକ୍ଷାରେ ୧୩୫ ଆତଙ୍କବାଦୀ: ବିଏସ୍‌ଏଫ୍‌

ଶ୍ରୀନଗର: ଜମ୍ମୁ-କଶ୍ମୀର ସୀମାର ଏଲଓସିରେ ପ୍ରାୟ ୧୩୫ ଜଣ ତାଲିମପ୍ରାପ୍ତ ଆତଙ୍କବାଦୀ ସୀମା ପାର ଲଞ୍ଚ ପ୍ୟାଡମାନଙ୍କରେ ଉପସ୍ଥିତ ଅଛନ୍ତି ଏବଂ ଭାରତରେ ଅନୁପ୍ରବେଶ କରିବାକୁ ଅପେକ୍ଷା କରିଛନ୍ତି ବୋଲି ବିଏସଏଫ ଇନ୍‌ସପେକ୍ଟର ଜେନେରାଲ ରାଜା ବାବୁ ସିଂ କହିଛନ୍ତି । ବିଏସ୍‌ଏଫ୍ ଆଇଜି ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ଏଲଓସିରେ ସାମଗ୍ରିକ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ଏବଂ ପୂର୍ବ ବର୍ଷତୁଳନାରେ ୨୦୨୧ରେ ଅନୁପ୍ରବେଶ ସଂଖ୍ୟା କମ୍ ରହିଥିଲା । ଏଲଓସିରେ ସାମଗ୍ରିକ ଦୃଶ୍ୟ ଶାନ୍ତିପୂର୍ଣ୍ଣ ରହିଛି । ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷର ହେବା ପରଠାରୁ କଶ୍ମୀର ସୀମାନ୍ତ ଏଲଓସିରେ ସାଧାରଣ ଶାନ୍ତି ଦେଖାଦେଇଛି ବୋଲି ବିଏସଏଫ ଅଧିକାରୀ କହିଛନ୍ତି । ଅନୁପ୍ରବେଶ ସଂଖ୍ୟା ଉପରେ ବିବରଣୀ ଦେଇ ସେ କହିଥିଲେ ଯେ ୨୦୨୧ରେ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ ପାଇଁ ୫୮ ଟି ପ୍ରୟାସ କରାଯାଇଥିଲା, ଯେଉଁଥିରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିଲେ, ୨୧ ଜଣ ଫେରି ଯାଇଥିଲେ ଏବଂ ଜଣେ ଆତ୍ମସମର୍ପଣ କରିଥିଲା । ଇନ୍‌ସପେକ୍ଟର ଜେନେରାଲ କହିଛନ୍ତି, ୨୦୨୧ରେ ୩୧ ଜଣ, ୨୦୧୯ରେ ୧୩୦ ଏବଂ ୨୦୨୦ ରେ ୩୬ ଜଣ ଅନୁପ୍ରବେଶ କରିଥିବା ଖବର ଆସିଛି । ସେ କହିଛନ୍ତି ଯେ, ୨୦୨୧ରେ ବିଏସ୍‌ଏଫ୍ ସଫଳତାର ସହ ତିନିଟି ଏକେ-୪୭ ରାଇଫଲ, ଛଅଟି ନଅ ମିମି ପିସ୍ତଲ, ୧,୦୭୧ ଗୋଳାବାରୁଦ, ୨୦ଟି ହ୍ୟାଣ୍ଡ ଗ୍ରେନେଡ, ଦୁଇଟି ଆଇଇଡି ଏବଂ ୧୭.୩ କିଲୋଗ୍ରାମ ହେରୋଇନ – ୮୮କୋଟି ଟଙ୍କା ମୂଲ୍ୟର – ଉଦ୍ଧାର କରିଛି । ଏଥିସହ ଆଇଜି ବିଏସ୍‌ଏଫ୍ କହିଛି ଯେ ଏଲଓସିର ବିଭିନ୍ନ ଲଞ୍ଚ ପ୍ୟାଡରେ ୧୦୪ରୁ ୧୩୫ ଆତଙ୍କବାଦୀ ଉପସ୍ଥିତ ଅଛନ୍ତି ଏବଂ ଅନୁପ୍ରବେଶ କରିବାକୁ ଅପେକ୍ଷା କରିଛନ୍ତି । ସେମାନେ ଫେରିବା ପରେ ଆମକୁ ସେମାନଙ୍କୁ ତଦାରଖ କରିବା ଆବଶ୍ୟକ । ସେମାନଙ୍କ ପରିବାର ଉପରେ ନଜର ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି । ସିଂ କହିଛନ୍ତି ଯେ ସେନା ଏବଂ ବିଏସ୍‌ଏଫ୍ ମଧ୍ୟରେ ବହୁତ ସମନ୍ୱୟ ରହିଛି । ଆମେ ଯେତେ ଅଧିକ ଅଞ୍ଚଳରେ ନଜର ରଖିବା ଏବଂ ତଦାରଖ କରିବା, ସେମାନଙ୍କ ପାଇଁ ଅନୁପ୍ରବେଶ କରିବା ଅଧିକ କଷ୍ଟକର ହେବ । ଆମେ ସମସ୍ତ ପ୍ରୟାସ କରୁଛୁ ଯାହା ଦ୍ୱାରା କୌଣସି ଅନୁପ୍ରବେଶ ଘଟିପାରିବ ନାହିଁ ଏବଂ ଶୂନ୍ୟ ଅନୁପ୍ରବେଶ ଘଟିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking