ରାଜ୍ୟରେ କରୋନା ସୁସ୍ଥଙ୍କ ସଂଖ୍ୟା ଟପିଲା ୩ ଲକ୍ଷ

ଭୁବନେଶ୍ୱର: ଖୁସି ଖବର । ରାଜ୍ୟରେ ଏବେ କରୋନା ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ଟପିଛି । ଆଜି ରାଜ୍ୟରୁ ୧୩୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୧୪୪ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୪୩, ସୁନ୍ଦରଗଡରୁ ୧୧୬, ମୟୁରଭଂଜରୁ ୮୭, ପୁରୀରୁ ୭୭, ଜଗତସିଂହପୁରରୁ ୭୪, ବରଗଡରୁ ୬୨, ଯାଜପୁରରୁ ୫୫, କେନ୍ଦ୍ରାପଡାରୁ ୫୪, ବାଲେଶ୍ୱରରୁ ୫୩, ଅନୁଗୁଳରୁ ୪୪, ବଲାଙ୍ଗୀରରୁ ୪୨, କେନ୍ଦୁଝରରୁ ୪୨, ନୂଆପଡାରୁ ୪୧, ସମ୍ବଲପୁରରୁ ୩୭, କଳାହାଣ୍ଡିରୁ ୩୫, କୋରାପୁଟରୁ ୩୧, ଭଦ୍ରକରୁ ୨୩, ନୟାଗଡରୁ ୨୩, ସୋନପୁରରୁ ୧୯, ଢେଙ୍କାନାଳରୁ ୧୬, ମାଲକାନଗିରିରୁ ୧୬, ନବରଂଗପୁରରୁ ୧୪, ଗଂଜାମରୁ ୧୨, କନ୍ଧମାଳରୁ ୯, ଝାରସୁଗୁଡାରୁ ୮, ବୌଦ୍ଧରୁ ୫, ରାୟଗଡାରୁ ୩, ଦେଓଗଡରୁ ୨, ଗଜପତିରୁ ୧ ଏବଂ ଷ୍ଟେଟ ପୁଲରୁ ୨୭ ଜଣ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here