34.1 C
Bhubaneswar
Thursday, April 25, 2024
Homeଓଡିଶାଭୁବନେଶ୍ୱର, ଭଦ୍ରକରେ ସଟ୍ ଡାଉନକୁ ଉଲ୍ଲଙ୍ଘନ କରି କ୍ୱାରେଣ୍ଟାଇନ ଗଲେ ୧୩ଜଣ

ଭୁବନେଶ୍ୱର, ଭଦ୍ରକରେ ସଟ୍ ଡାଉନକୁ ଉଲ୍ଲଙ୍ଘନ କରି କ୍ୱାରେଣ୍ଟାଇନ ଗଲେ ୧୩ଜଣ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ୪୮ ଘଣ୍ଟିଆ ସଟ୍ ଡାଉନ୍ ଜାରି ରହିଥିବା ବେଳେ ଏହି କଟକଣାକୁ ଭାଙ୍ଗିଥିବା ଅଭିଯୋଗରେ ୪ ଜଣ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ଦିଆଯାଇଛି। କରୋନା ମୁକାବିଲା ପାଇଁ ଶୁକ୍ରବାର ରାତି ୮ଟାରୁ ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକ ସହିତ ଭଦ୍ରକରେ ୪୮ ଘଣ୍ଟିଆ ସଟ୍ ଡାଉନ୍ ଲାଗୁ ହୋଇଛି। ଶୁକ୍ରବାର ରାତି ୮ଟାରୁ ଆରମ୍ଭ ହୋଇଥିବା ଏହି ସଟ୍ ଡାଉନ୍ ରବିବାର ରାତି ୮ଟା ଯାଏ ଚାଲିବ। ସଟ୍ ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତଙ୍କୁ କୁହାଯାଇଛି। ଏଥିପାଇଁ ରାଜଧାନୀର ବିଭିନ୍ନ ଛକ, ରାସ୍ତା ଓ ଗଳିରେ ଫୋର୍ସ ମୁତୟନ ହୋଇଛନ୍ତି। ସେହିପରି, ଭଦ୍ରକରେ ସଟ୍ ଡାଉନକୁ ଉଲ୍ଲଂଘନ କରି କ୍ୱରେଣ୍ଟାଇନକୁ ଗଲେ ୯ଜଣ । ଏହି ୯ଜଣଙ୍କୁ ଇନଷ୍ଟିଚ୍ୟୁସନାଲ କନ୍ୱାରେଣ୍ଟାଇନକୁ ପଠାଯାଇଛି ବୋଲି ଜଣାପଡ଼ିଛି । ଏହି ୯ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଉପଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking