29.1 C
Bhubaneswar
Thursday, April 25, 2024
Homeଓଡିଶାଢିଙ୍କିଆ ଅଞ୍ଚଳର ପରିସ୍ଥିତି ଅତି ଉଦ୍‌ବେଗଜନକ, ସାଧାରଣ ଲୋକଙ୍କ ଅବସ୍ଥା ଶୋଚନୀୟ

ଢିଙ୍କିଆ ଅଞ୍ଚଳର ପରିସ୍ଥିତି ଅତି ଉଦ୍‌ବେଗଜନକ, ସାଧାରଣ ଲୋକଙ୍କ ଅବସ୍ଥା ଶୋଚନୀୟ

କ୍ଷେତ୍ର ପରିଦର୍ଶନରୁ ଫେରି ତୁରନ୍ତ ପୁଲିସ୍ ବଳ ହଟାଇବା ପାଇଁ ୧୩ ଦଳର ଦାବି
ଭୁବନେଶ୍ୱର : ଢିଙ୍କିଆ ଅଞ୍ଚଳର ପରିସ୍ଥିତି ଖୁବ୍ ଉଦ୍‌ବେଗଜନକ ଏବଂ ସାଧାରଣ ଜନତାଙ୍କ ପରିସ୍ଥିତି ଅତି ଶୋଚନୀୟ ହୋଇପଡିଛି ।
ଗାଁର ଶହ ଶହ ପରିବାରର ପୁରୁଷମାନେ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି କିମ୍ବା କେଉଁଠି ଜୀବନ ବଞ୍ଚାଇବା ପାଇଁ ଆଶ୍ରୟ
ନେଇଛନ୍ତି । ପୁଲିସ୍‌ର ଆତଙ୍କରାଜ, ଦୌରାତ୍ମ୍ୟ ଏବଂ ଅତ୍ୟାଚାର ମଧ୍ୟରେ ଲୋକେ ଅତିଷ୍ଟ ହୋଇପଡିଲେଣି । ଲୋକଙ୍କ
ସ୍ୱାଭାବିକ ଜୀବନ, ଜିବୀକା ଏବଂ ରୋଜଗାର ଇତ୍ୟାଦି ସବୁକିଛି ବିପନ୍ନ ହୋଇପଡିଛି । ସ୍ୱାସ୍ଥ୍ୟ ଜନିତ ସଙ୍କଟ ପରିସ୍ଥିତିରେ
ଚିକିତ୍ସା ପାଇଁ ସାଧାରଣ ଲୋକେ ହସ୍‌ପିଟାଲ ଯାଇ ପାରୁନାହାଁନ୍ତି । ପୋଲିସ୍‌ର ଅତ୍ୟାଚାର ସୀମା ଲଂଘନ କରିଛି । ଶହ ଶହ
ଲୋକଙ୍କ ଉପରେ ମିଥ୍ୟା ମକଦ୍ଦମା କରାଯାଇଛି । ଆନ୍ଦୋଳନର ନେତୃତ୍ୱ ନେଉଥିବା ଦେବେନ୍ଦ୍ର ସ୍ୱାଇଁଙ୍କ ପରିବାରର ୫
ଜଣଙ୍କୁ ଗିରଫ କରାଯାଇଛି । ଶିଶୁ, ମହିଳା, ବୃଦ୍ଧ, ବୃଦ୍ଧା ମାନଙ୍କର ଚିତ୍କାର ଏବଂ କରୁଣ କ୍ରନ୍ଦନର ଦୃଶ୍ୟ ତଥା ଲୋମ ହର୍ଷଣକାରୀ
ଘଟଣାବଳୀର ପ୍ରତ୍ୟକ୍ଷ ବର୍ଣ୍ଣନା ଶୁଣି ୧୩ ଦଳର ନେତୃବୃନ୍ଦ ସ୍ତମ୍ଭିଭୂତ ହୋଇପଡିଛନ୍ତି । ଢିଙ୍କିଆରେ ଗଣତାବିକ ଓ ସାମ୍ବିଧାନିକ
ଅଧିକାରକୁ ହତ୍ୟା କରାଯାଇ ଏକ ମାନବୀୟ ସଙ୍କଟ ସୃଷ୍ଟି ହୋଇଛି । ପୋଲିସ୍ ଜବରଦସ୍ତ ସ୧ତି ଆଦାୟ କରି ପାନବରଜ
ଭାଙ୍ଗୁଛି କିମ୍ବା ପରିବାରର ସଦସ୍ୟମାନଙ୍କୁ ପୋଲିସ୍ କ୍ୟାମ୍ପକୁ ଡକାଇ ସ୧ତି ବିରୋଧରେ ଦସ୍ତଖତ ନେଇ ବରଜ ଭାଙ୍ଗୁଛନ୍ତି ।
ଏକ ନିରନ୍ତର କୃଷି ଅର୍ଥନୀତିକୁ ଧ୍ୱଂସ କରି ରାଜ୍ୟ ସରକାର ଜିନ୍ଦଲ ଭଳି କର୍ପୋରେଟ୍‌ର ସ୍ୱାର୍ଥ ପାଇଁ ଲୋକଙ୍କ ଉପରେ ଏହି
ଭଳି ଦମନ କାହିଁକି ଚଳାଇଛନ୍ତି ବୋଲି ମିଳିତ ବିରୋଧୀ ଦଳର ନେତୃବୃନ୍ଦ ପ୍ରଶ୍ନ କରିଛନ୍ତି । ଲୋକଙ୍କ ଭିତରେ ଆସ୍ଥା, ବିଶ୍ୱାସ,
ଭରସା ଏବଂ ସାହସ ଜୁଟାଇବା ପାଇଁ ଢିଙ୍କିଆ ଗାଁ ଦାଣ୍ଡରେ ଶାନ୍ତି ପଟୁଆର ଓ ସଭା ସଂଗଠିତ ହୋଇଛି । ୧୩ ଦଳର
ନେତୃବୃନ୍ଦ ଜଗତ୍‌ସିଂହପରୁ ଏସ୍‌.ପି. ଙ୍କୁ ଭେଟି ସମସ୍ତ ବିଷୟ ଅବଗତ କରିଛନ୍ତି । ୨୪ ଘଣ୍ଡା ମଧ୍ୟରେ ପରିସ୍ଥିତିରେ ସୁଧାର ନ
ଆସିଲେ ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି ମିଳିତ ବିରୋଧୀ ଦଳର ନେତୃବୃନ୍ଦ ଢିଙ୍କିଆ ଅଞ୍ଚଳ ଗସ୍ତ କରି ଫେରିଲା
ପରେ ଘୋଷଣା କରିଛନ୍ତି ।
ଢିଙ୍କିଆ ଅଞ୍ଚଳରୁ ତୁରନ୍ତ ପୋଲିସ୍ ବଳ ହଟାଇବା, ଲୋକଙ୍କ ଉପରେ ଅତ୍ୟାଚାର ବନ୍ଦ କରିବା,
ଆନ୍ଦୋଳନକାରୀମାନଙ୍କ ଉପରେ ହୋଇଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରିବା, ଗିରଫ ହୋଇ ଜେଲ୍‌ରେ ଥିବା ସମସ୍ତଙ୍କୁ
ତୁରନ୍ତ ଖଲାସ କରିବା ୧୪ ଜାନୁୟାରୀରେ ହୋଇଥିବା ପୁଲିସ୍‌ର ଅମାନୁଷିକ ଲାଠିଚାଳନା ଏବଂ ଅତ୍ୟାଚାରର ତଦନ୍ତ ଉଚ୍ଚ
ନ୍ୟାୟାଳୟର ତତ୍ୱାବଧାନରେ ଏସ୍‌.ଆଇ.ଟି. ଦ୍ୱାରା କରିବା, ଢିଙ୍କିଆ ପ୍ରସଙ୍ଗରେ ଗତକାଲି ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ
କାର୍ଯ୍ୟକାରୀ କରିବା ଇତ୍ୟାଦି ଦାବି ଗୁଡିକୁ ନେଇ ପ୍ରତିବାଦ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରାଯାଇଛି । ଏହି
ସବୁ ଦାବି ଗୁଡିକୁ ସରକାର କର୍ଣ୍ଣପାତ ନକଲେ ମିଳିତ ବିରୋଧୀ ଦଳ ଗଣତାବିକ ଆନ୍ଦୋଳନ ସହିତ ଜାତୀୟ ମାନବିକ ଅଧିକାର
କମିଶନ ଏବଂ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ବାଧ୍ୟ ହେବ ବୋଲି କୁହାଯାଇଛି ।
ବିରୋଧୀ ଦଳମାନଙ୍କର ଏହି ତଥ୍ୟ ଅନୁସନ୍ଧାନକାରୀ ପ୍ରତିନିଧି ଦଳରେ କଂଗ୍ରେସ ଦଳର ବରିଷ୍ଠ ନେତା ଆର୍ଯ୍ୟ
କୁମାର ଜ୍ଞାନେନ୍ଦ୍ର, ମୁଖପାତ୍ର ଅମିୟ ପାଣ୍ଡବ, ସି.ପି.ଆଇ. ର ରାଜ୍ୟ ସମ୍ପାଦକ ଆଶିଷ୍ କାନୁନ୍‌ଗୋ, ସି.ପି.ଆଇ.(ଏମ୍‌)ର
ରାଜ୍ୟ ସମ୍ପାଦକ ଅଳି କିଶୋର ପ…ନାୟକ, ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତି, ସୁରେଶ ପାଣିଗ୍ରାହୀ,
ସି.ପି.ଆଇ.(ଏମ୍‌-ଏଲ୍‌) ଲିବରେସନ୍‌ର ରାଜ୍ୟ ନେତା ମହେନ୍ଦ୍ର ପରିଡା, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଳକ୍‌ର ରାଜ୍ୟ ସାଧାରଣ
ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ସି.ପି.ଆଇ.(ଏମ୍‌-ଏଲ୍‌) ରେଡ୍‌ଷ୍ଟାର୍‌ର ରାଜ୍ୟ ସମ୍ପାଦିକା ପ୍ରମିଳା ବେହେରା,
ସି.ପି.ଆଇ.(ଏମ୍‌-ଏଲ୍‌) ନ୍ୟୁ ଡେମୋକ୍ରେସିର ରାଜ୍ୟ ନେତା ପ୍ରତାପ ପ୍ରଧାନ, ସି.ପି.ଆଇ.(ଏମ୍‌-ଏଲ୍‌)ର ରାଜ୍ୟ ନେତା
ଶ୍ରୀକାନ୍ତ ମହାନ୍ତି, ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଆର୍‌.ପି.ଆଇ. ର ରାଜ୍ୟ ସଭାପତି
ଶେଖ୍ ଅବଦୁଲ୍ ୱାଲି ଏବଂ ଏନ୍‌.ସି.ପି. ର ରାଜ୍ୟ ନେତା ବିକ୍ରମ ସ୍ୱାଇଁ ସମେତ ସି.ପି.ଆଇ.ର ଜିଲ୍ଲା ନେତା ଶଶି ଭୂଷଣ
ସ୍ୱାଇଁ , ସି.ପି.ଆଇ.(ଏମ୍‌)ର ଜିଲ୍ଲା ସମ୍ପାଦକ ଲୋଭାକାନ୍ତ ସ୍ୱାଇଁ , ସାମାଜିକ କର୍ମୀ ସୂଜାତା ସାହାଣୀ ପ୍ରମୁଖ ନେତୃବୃନ୍ଦ
ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking