40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶନିଆଁ ଲିଭାଇବା ବେଳେ ୧୩ଜଣ ଅଗ୍ନିଶମ କର୍ମଚାରୀ ଆହତ

ନିଆଁ ଲିଭାଇବା ବେଳେ ୧୩ଜଣ ଅଗ୍ନିଶମ କର୍ମଚାରୀ ଆହତ

ନୂଆଦିଲ୍ଲୀ: ଗତ କିଛିଦିନ ହେବ ତିନି ଚାରି ଦିନ ବ୍ୟବଧାନରେ ଦିଲ୍ଲୀର କୌଣସି ନା କୌଣସି ସ୍ଥାନରେ ଅଗ୍ନିକାଣ୍ଡ ହେଉଥିବାର ଦେଖିବାକୁ ମିଳୁଛି । ତେବେ ଆଜି ପାହାନ୍ତା ସମୟରେ ଦିଲ୍ଲୀର ପୀରଗଡ଼ି ଅଞ୍ଚଳରେ ଥିବା ଏକ କାରଖାନାରେ ଅଗ୍ନିକାଣ୍ଡ ହୋଇଥିଲା ।
ସୂଚନା ଅନୁସାରେ, ଉଦ୍ୟୋଗ ନଗର ଅନ୍ତର୍ଗତ ପୀରଗଡ଼ି ଠାରେ ଥିବା ଏକ କାରଖାନାରେ ନିଆଁ ଲାଗିଥିବା ସମ୍ବନ୍ଧରେ ଭୋର୍ ପ୍ରାୟ ୪ଟରେ ଅଗ୍ନିଶମ ବିଭାଗକୁ ଫୋନ୍ ଆସିଥିଲା । ନିଆଁ ଲିଭା ଓ ଉଦ୍ଧାର କାର‌୍ୟ୍ୟଲାଗି ସେଠାକୁ ୭ଟି ଦମକଳ ପଠାଯାଇଥିଲା ବୋଲି ଦିଲ୍ଲୀ ଅଗ୍ନିଶମ ସେବାର ନିର୍ଦେଶକ ଅତୁଳ ଗର୍ଗ କହିଛନ୍ତି । କିନ୍ତୁ ସେଠାରେ ଗୋଟାଏ ବିସ୍ଫୋରଣରୁ ସେ କୋଠାଘରଟି ଭାଙ୍ଗି ପଡ଼ିଲା । ଫଳରେ ଅଗ୍ନିଶମ କର୍ମଚାରୀଙ୍କ ସମେତ କେତେକ ଲୋକ ସେଥିରେ ଅଟକି ରହିଯାଇଥିବା ଜଣାପଡିଛି । ତେବେ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଥିବା ଜଣାପଡିଛି । ନିଆଁ ଲାଗିଥିବା ଗୋଟାଏ କାରଖାନା ଘର ଭାଙ୍ଗିପଡ଼ିବାରୁ ୧୩ ଜଣ ଅଗ୍ନିଶମ କର୍ମଚାରୀଙ୍କ ସମେତ ଅନ୍ୟୂନ ୧୪ ଜଣ ବ୍ୟକ୍ତି ଆହତ ହୋଇଥିବା କଥା ଅଗ୍ନିଶମ ବିଭାଗ ସୂଚନା ଦେଇଛନ୍ତି । ଏବେ ମଧ୍ୟ ଜଣେ ଅଗ୍ନିଶମ କର୍ମଚାରୀ ଭଗ୍ନସ୍ତୁପ ମଧ୍ୟରେ ପୋତି ହୋଇ ପଡ଼ିଛନ୍ତି । ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି ।
ଏହି ଘଟଣାରେ ଉଦବେଗ ପ୍ରକାଶ କରିବା ସହ ପରିସ୍ଥିତି ଉପରେ ଦୃଷ୍ଟି ରଖିଥିବା କଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି । ସେ ଟୁଇଟ୍ କରି କହିଛନ୍ତି ଯେ,ଏ କଥା ଶୁଣି ଅନ୍ୟନ୍ତ ଦୁଃଖିତ । ପରିସ୍ଥିତି ଉପରେ ନଜର ରଖିଛି । ଅଗ୍ନିଶମ କର୍ମଚାରୀମାନେ ପାରୁପର‌୍ୟ୍ୟନ୍ତ ଉଦ୍ୟମ ଚଳାଇଛନ୍ତି । ଭଗ୍ନସ୍ତୁପ ମଧ୍ୟରେ ରହିଯାଇଥିବା ବ୍ୟକ୍ତିମାନଙ୍କ ସୁରକ୍ଷା ନିମନ୍ତେ ପ୍ରାର୍ଥନା କରୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking