38.8 C
Bhubaneswar
Friday, April 19, 2024
Homeଓଡିଶାରାଜ୍ୟରେ ଆଉ ୧୩ ଜୀବନ ନେଲା କରୋନା

ରାଜ୍ୟରେ ଆଉ ୧୩ ଜୀବନ ନେଲା କରୋନା

ଭୁବନେଶ୍ୱର: ଆଜି ରାଜ୍ୟରେ ୧୩ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୪୫୪ରେ ପହଞ୍ଚି ଥିବା କହିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଭୁବନେଶ୍ୱରରୁ ଆଜି ଜଣେ କରୋନା ରୋଗୀ ଆଖି ବୁଜିଛନ୍ତି । ସେହପରି, ବାଲେଶ୍ୱର, ବରଗଡ, ଖୋର୍ଦ୍ଧା, କେନ୍ଦୁଝରରୁ ଜଣେ ଲେଖାଏ ରୋଗୀଙ୍କ ମୃତ୍ୟୁ ଘଟିଛି। ଆଜି ମୟୂରଭଞ୍ଜ ଓ ସମ୍ବଲପୁରରୁ ସର୍ବାଧିକ ୩ ଜଣ ଲେଖାଏ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡରୁ ୨ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ସୂଚନାଥାଉ କି, ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ତଳକୁ ଖସି ଆସିଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ୯୮୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking