31.1 C
Bhubaneswar
Friday, March 29, 2024
Homeଓଡିଶାକାୟା ମେଲାଉଛି କରୋନା : ୨୪ ଘଣ୍ଟା ରେ ରାଜଧାନୀରୁ ୧୨୬ ପଜିଟିଭ ଚିହ୍ନଟ

କାୟା ମେଲାଉଛି କରୋନା : ୨୪ ଘଣ୍ଟା ରେ ରାଜଧାନୀରୁ ୧୨୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ବଢ଼ି ଚାଲିଛି କରୋନା ସଂକ୍ରମଣ। ଆଜି ୨୪ ଘଣ୍ଟା ମଧ୍ୟରେ ପୁଣି ରାଜଧାନୀ ଭୁବନେଶ୍ୱରରୁ ୧୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୭୭ ଜଣ ସଙ୍ଗରୋଧ୍ କେନ୍ଦ୍ରରୁ ଓ ଅନ୍ୟ ୪୯ ଜଣ ସ୍ଥାନୀୟ ମାମଲା ବୋଲି ଜଣ ପଡିଛି।
ଆଜି ସୁଦ୍ଧା ମୋଟ ୨୮୬୧ ଟି କେସ ଚିହ୍ନଟ ହୋଇଥିବା ବେଳେ ୧୫୬୬ ଜଣ ସୁସ୍ଥ ହୋଇ ଫେରିଛନ୍ତି।୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୭୬ ଜଣ ଏବେ ମଧ୍ୟ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।
ଆସ୍ଵସ୍ତିକର ଖବର ଏହା କି ଯେ ଆଜି ୧୩୩ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି।ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

 
ୟୁନିଟ-୧ ତାରିଣୀ ବସ୍ତିରୁ ଆଜି ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ସାମିଲ ଅଛନ୍ତି ୫୬, ୧୯, ୨୯, ୪୩ ବର୍ଷର ପୁରୁଷ ଓ ୫୩, ୨୫, ୪ ବର୍ଷର ଶିଶୁ, ୪୦ ଓ ୧୭ ବର୍ଷର ମହିଳା । ରାଜଧାନୀରୁ ଆଜି ୮ ଜଣ ପୁରୁଷ ପୁଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ୟୁନିଟ-୯ସ୍ଥିତ ବାୟାବାବା ବସ୍ତିରୁ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଖଣ୍ଡଗିରି ତପୋବନ ବସ୍ତିରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ପୂର୍ବରୁ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ।
ସେହିପରି ବଡ଼ଗଡ଼ ବ୍ରିଟ କଲୋନି, ଡୁମୁଡୁମାରୁ ୪ ଜଣ ଲେଖାଏଁ, ଆଇଗଣିଆ, ନୂଆପଲ୍ଲୀ ନୂଆସାହି, ବରମୁଣ୍ଡା, ଭରତପୁରରୁ ୩ ଜଣ ଲେଖାଏଁ, ନିଳାଦ୍ରୀ ବିହାରରୁ ୨ ଜଣ, ଶୈଳଶ୍ରୀ ବିହାରସ୍ଥିତ ଏକ ମିଡିଆ ହାଉସର ଜଣେ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking