34.1 C
Bhubaneswar
Thursday, March 28, 2024
Homeଓଡିଶାଆଜି ଆଉ ୧୨୫୫ ସୁସ୍ଥ: ମୋଟ ସୁସ୍ଥ ସଂଖ୍ୟା ୨୫୭୩୭ କୁ ବୃଦ୍ଧି

ଆଜି ଆଉ ୧୨୫୫ ସୁସ୍ଥ: ମୋଟ ସୁସ୍ଥ ସଂଖ୍ୟା ୨୫୭୩୭ କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ୧୨୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୫୭୩୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୪ରୁ ସୂଚନା ମିଳିଛି ।


ତେବେ ଗଞ୍ଜାମରୁ ୪୮୫, ଖୋର୍ଦ୍ଧାରୁ ୧୨୫, ସୁନ୍ଦରଗଡ଼ରୁ ୧୨୨, ସମ୍ବଲପୁରର ୧୦୭, ପୁରୀରୁ ୭୫, ମୟୁରଭଞ୍ଜରୁ ୪୩, କଟକରୁ ୪୦, ଜଗତସିଂହପୁରରୁ ୨୯, କନ୍ଧମାଳରୁ ୨୮, ବାଲେଶ୍ୱରରୁ ୨୭, ବଲାଙ୍ଗୀରରୁ ୨୪, କୋରାପୁଟରୁ ୨୨, ଅନୁଗୁଳରୁ ୨୦, ନବରଙ୍ଗପୁରରୁ ୧୮, ଗଜପତିରୁ ୧୮, ନୟାଗଡ଼ରୁ ୧୪, କେନ୍ଦ୍ରାପଡ଼ାରୁ ୧୨, ମାଲକାନଗିରିରୁ ୧୧, ଭଦ୍ରକରୁ ୧୦, କଳାହାଣ୍ଡିରୁ ୮, ନୂଆପଡ଼ାରୁ ୬, ଯାଜପୁରରୁ ୫, ଢ଼େଙ୍କାନାଳରୁ ୪, ଝାରସୁଗୁନାରୁ ୩, କେନ୍ଦୁଝରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩୯ ହଜାର ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୫ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୪୪ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking