43.9 C
Bhubaneswar
Friday, April 19, 2024
Homeଦେଶ ବିଦେଶପବଜି ଗେମ ପାଇଁ ୧୨ ବର୍ଷର ପିଲା ଘରୁ ଚୋରି କଲା ୩ ଲକ୍ଷ

ପବଜି ଗେମ ପାଇଁ ୧୨ ବର୍ଷର ପିଲା ଘରୁ ଚୋରି କଲା ୩ ଲକ୍ଷ

ରାଜକୋଟ: ଏବେ ଯୁବ ପିଢିଙ୍କ ଠାରେ ଦେଖାଦେଇଛି ମୋବାଇଲ ରେ ଥିବା ଡିଜିଟାଲ ଗମେ ମାନିଆ ଆପଣ ଜାଣି ଆଶ୍ଚର୍ଯ୍ୟ
ହେବ ପିବଜି ଖେଳ ପାଇଁ ଜଣେ ନାବାଳକ ନିଜ ଘରୁ ଟଙ୍କା ଚୋରି କରିଛନ୍ତି |ଏହି ଘଟଣା ଗୁଜୁରାଟର କୁଚ୍ ଜିଲ୍ଲାରେ ଘଟିଛି  | ପିତାମାତାଙ୍କ ଆଲମାରୀରୁ ୩ ଲକ୍ଷ ଟଙ୍କା ନଗଦ ଚୋରି ଅଭିଯୋଗରେ ଜଣେ ୧୨ ବର୍ଷର ବାଳକକୁ ଗିରଫ କରାଯାଇଥିଲା। ପୋଲିସର ସୂଚନାନୁସାରେ, ବାଳକ ସେମାନଙ୍କୁ କହିଥିଲେ ଯେ ସେ ନିଜ ସାଙ୍ଗମାନଙ୍କ ସହ  ପବଜି ଖେଳରେ ହାରି ଯାଇଥିବାରୁ ସେ ଟଙ୍କା ଚୋରି କରୁଛନ୍ତି।
ପୋଲିସର ସୂଚନାନୁସାରେ, ଏକ ତେଜରାତି ଦୋକାନର ମାଲିକ ଥିବା  ସେମାନଙ୍କ ଆଲମାରୀରୁ ନଗଦ ଟଙ୍କା ଚୋରି ହେବାକୁ ନେଇ ସନ୍ଦେହ କରୁଥିଲେ। ତେଣୁ ସେମାନେ ଗୋଟିଏ ରାତିରେ କିଏ ଚୋରି କରୁଛି ଜାଣିବାପାଇଁ ଜଗିରହିଥିଲେ , ନିଜ କୋଠରୀରେ ପଶି ସେମାନଙ୍କ ଆଲମାରୀରୁ ଟଙ୍କା ଚୋରି କରୁଥିବା ସମୟରେ ପିଲା କୁ ଧରି ପକେଇବା ସହ କାହିଁକି ଏପରି କରୁଥିବାର ପଚାରିବାରୁ ସାଙ୍ଗ ମାନକ ସହ ପବଜି ଖେଳରେ ହାରି ଟଙ୍କା ଚୋରି କରୁଥିବା ଜଣେଇଥିଲା |ଏହା ପରେ ଅଭିଭାବକମାନେ ପୋଲିସ ରେ ଅଭିଯୋଗ କରି ଜାଣିବାକୁ ପାଇଲେ ଯେ ତାଙ୍କ ବୟସର କିଶୋର ବାଳକମାନେ ତାଙ୍କୁ ମୋବାଇଲ୍ ଖେଳର ନିଶା ରେ ପକେଇଛନ୍ତି ଏବଂ ଚୋରି ଟଙ୍କାରେ ଦାମୀ ମୋବାଇଲ କିଣୁଛନ୍ତି । ଯାହା ସେମାନଙ୍କ ପିତାମାତା ସେମାନଙ୍କୁ କେବେ ପଚାରିନଥିଲେ। ଯଦିଓ ପୋଲିସ ନିକଟରେ ଅଭିଯୋଗ ହୋଇଛି, ନାବାଳିକା ହୋଇଥିବାରୁ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କୋଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking