40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଦେଶରେ ୧୨ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ୨୪ଘଣ୍ଟାରେ ୧୨,୮୮୧ଜଣ ଆକ୍ରାନ୍ତ ଚିହ୍ନଟ

ଦେଶରେ ୧୨ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ୨୪ଘଣ୍ଟାରେ ୧୨,୮୮୧ଜଣ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ମୃତ୍ୟୁ ୧୨,୨୩୭କୁ ବୃଦ୍ଧିପାଇଛି । ୨୪ଘଣ୍ଟା ମଧ୍ୟରେ ୧୨, ୮୮୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୩୪ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ବତ୍ତର୍ମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୬୬ହଜାର ୯୪୬କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ଚିକିତ୍ସାଧୀନ ଅଛନ୍ତି ୧ଲକ୍ଷ ୬୦ହଜାର ୩୮୪ଜଣ ଆକ୍ରାନ୍ତ । ୧ଲକ୍ଷ ୯୪ହଜାର ୩୨୪ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧ଲକ୍ଷ ୧୬ହଜାର ୭୫୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫,୬୫୧ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ।  ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି – ଆନ୍ଧ୍ରପ୍ରଦେଶରେ – ୯୦ ଜଣ, ଆସାମରେ – ୮ ଜଣ, ବିହାରରେ – ୪୪ ଜଣ, ଚଣ୍ଡିଗଡ଼ରେ – ୬ ଜଣ, ଛତିଶଗଡ଼ରେ – ୧୦ ଜଣ, ଦିଲ୍ଲୀରେ – ୧୯୦୪ ଜଣ, ଗୁଜରାଟରେ – ୧୫୬୦ ଜଣ, ହରିୟାଣାରେ –  ୧୩୦ ଜଣ, ହିମାଚଳ ପ୍ରଦେଶରେ – ୮ ଜଣ, ଜମ୍ମୁ ଓ କଶ୍ମୀରରେ – ୬୫ ଜଣ, ଝାଡ଼ଖଣ୍ଡରେ – ୧୦ ଜଣ, କର୍ଣ୍ଣାଟକରେ – ୧୦୨ ଜଣ, କେରଳରେ – ୨୦ ଜଣ, ଲଦାଖରେ – ୧ ଜଣ, ମଧ୍ୟପ୍ରଦେଶରେ – ୪୮୨ ଜଣ, ମହାରାଷ୍ଟ୍ରରେ – ୫୬୫୧ ଜଣ, ମେଘାଳୟରେ – ୧ ଜଣ, ଓଡ଼ିଶାରେ – ୧୧ ଜଣ, ପୁଦ୍ଦୁଚେରୀରେ – ୭ ଜଣ, ପଞ୍ଜାବରେ – ୭୮ ଜଣ, ରାଜସ୍ଥାନରେ – ୩୧୩ ଜଣ, ତାମିଲନାଡୁରେ – ୫୭୬ ଜଣ, ତେଲେଙ୍ଗାନାରେ – ୧୯୨ ଜଣ, ତ୍ରିପୁରାରେ – ୧ ଜଣ, ଉତ୍ତରାଖଣ୍ଡରେ – ୨୫ ଜଣ, ଉତ୍ତରପ୍ରଦେଶରେ – ୪୧୭ ଜଣ ଏବଂ ପଶ୍ଚିମବଙ୍ଗରେ – ୪୯୫ ଜଣ ।
 
https://onakhabar.com/2020/06/17/24-hour-death-2003-covid-19-case-in-india/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking