28.1 C
Bhubaneswar
Wednesday, April 24, 2024
Homeଅପରାଧପଦ୍ମପୁର ଖମ୍ବାରିଗୁଡା ରେ ଅଗ୍ନିକାଣ୍ଡ, 12 ବଖରା ଘର ଭସ୍ମୀଭୂତ

ପଦ୍ମପୁର ଖମ୍ବାରିଗୁଡା ରେ ଅଗ୍ନିକାଣ୍ଡ, 12 ବଖରା ଘର ଭସ୍ମୀଭୂତ

ରାୟଗଡା : ଜିଲ୍ଲା ପଦ୍ମପୁର ବ୍ଲକ ଖମ୍ବରିଗୁଡା ଗ୍ରାମ ଗୌଡ଼ ସାହିରେ ଅଗ୍ନିକାଣ୍ଡ ଘଟି 4 ଟି ଘରର ପ୍ରାୟ 12 ବଖରା ଘର ଭସ୍ମୀଭୂତ ହୋଇଯାଇଥିବା ସୂଚନା ମିଳିଛି । ଜନୈକ ବ୍ୟକ୍ତି ରୋଷେଇ କରୁଥିବା ବେଳେ ହଠାତ ନିଆଁ ଉଠିଯାଇ ପ୍ରଥମେ ଲୁଗାପଟା ଓ ପରେ ସାହି ପଡିଶା ଘରକୁ ବ୍ୟାପି ଯାଇଥିଲା । ଖବରପାଇ ପଦ୍ମପୁର ଅଗ୍ନିଶମ ବାହିନୀ ଗ୍ରାମରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ଜଣାପଡ଼ିଛି । ଚାଳ ଛପର ଘର ହୋଇଥିବାରୁ ଅଗ୍ନିକାଣ୍ଡ ବ୍ୟାପି ଯାଇଥିଲା । ଏଥିରେ ଅନେକ ଆସବାବପତ୍ର, ଧାନ ଚାଉଳ ସହ ଅନେକ ଉପକରଣ ପୋଡି ଯାଇଥିବା ବେଳେ ସୌଭାଗ୍ୟ ବଶତଃ କାହାର କିଛି ଶାରୀରିକ କ୍ଷତି ହୋଇ ନଥିବା ଜଣା ପଡ଼ିଛି । କ୍ଷତିଗସ୍ତ ଙ୍କୁ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି ।
https://onakhabar.com/2020/02/18/cyber-draft-bill-2020-released/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking