୧୧ ପୋଲିସ ହେଲେ କରୋନା ଆକ୍ରାନ୍ତ

ଖୋର୍ଦ୍ଧା: କରୋନା ଯୋଦ୍ଧାମାନେ ଏବେ କରୋନା ରେ ସଂକ୍ରମିତ ହେଉଛନ୍ତି। ପୁଣି ଆଉ ୧୧ ପୋଲିସ କର୍ମଚାରୀ କରୋନ ଭୁତାଣୁ ରେ ସଂକ୍ରମିତ ହୋଇଛନ୍ତି। ଏହି କର୍ମଚାରୀମାନେ ଖୋର୍ଦ୍ଧା ଜିଲ୍ଲା ର ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ସମସ୍ତ କର୍ମଚାରୀ ବାଲୁଗାଁ ଓ ବାଣପୁରର ବିଭିନ୍ନ ଥାନାର ବୋଲି ଜଣାପଡିଛି। ତେବେ ଏହି କର୍ମଚାରୀ ଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ଵାରେଣ୍ଟିନେ ରେ ରହିବାକୁ ନିର୍ଦ୍ଦେଶ ଦିଆ ଯାଇଛି। ତେଣୁ ବାଣପୁର ଥାନା ଚଳାଇବାକୁ ଆଜି ଏକ ସ୍ବତନ୍ତ୍ର ଅଫିସର୍ ଙ୍କୁ ପଠାଯିବ। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତ ଥାନାକୁ ବିଶୋଧନ କରାଯାଇଛି। ତେବେ କେଉଁଠାରୁ ଏହି ୧୧ଜଣ ସଂକ୍ରମିତ ହେଲେ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।ସମସ୍ତଙ୍କ କଣ୍ଟା‌‌‍କ୍ଟ ଟ୍ରେଶିଂ ଜାରି ରହିଛି।
ଏବେ ସଂକ୍ରମଣ ରେ ଗଞ୍ଜାମ ଜିଲ୍ଲା ସର୍ବାଧିକ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଗଞ୍ଜାମ ଜିଲ୍ଲା ପରେ ରହିଛି।ପ୍ରତିଦିନ ସଂକ୍ରମଣ ସଂଖ୍ୟା ଖୋର୍ଦ୍ଧାରେ ଶହେ ପାର କରୁଛି।ପରିସ୍ଥିତି ଅଣାୟତ୍ତ ହୋଇପଡିଛି।