26.7 C
Bhubaneswar
Friday, April 19, 2024
Homeକରୋନାଘାତକ ସାଜିଛି କରୋନା ଭାଇରାସ : ଭାରତରେ ମୃତ୍ୟୁ ସଂଖ୍ୟା ୧୧୪

ଘାତକ ସାଜିଛି କରୋନା ଭାଇରାସ : ଭାରତରେ ମୃତ୍ୟୁ ସଂଖ୍ୟା ୧୧୪

ନୂଆଦିଲ୍ଲୀ : ଘାତକ ସାଜିଛି କରୋନା ଭାଇରାସ । ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । କରୋନା ଯୋଗୁଁ ଭାରତରେ ମୃତ୍ୟୁ ସଂଖ୍ୟା ୧୧୪ରେ ପହଞ୍ଚିଛି । ଚିକିତ୍ସାଧିନ ଅଛନ୍ତି ୪ହଜାର ୪୨୧ । ସୁସ୍ଥ ହୋଇଛନ୍ତି ୩୧୮ ଜଣ । ଦେଶରେ ୨୭୪ଟି ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେଶର ବିଭିନ୍ନ ହସ୍ପିଟାଲରେ ୩ହଜାର ୮୫୧ଜଣ ଚିକିତ୍ସାଧୀନ ଅଛନ୍ତି । ୫ଟି ସହରରେ ୩୦ ପ୍ରତିଶତ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି । ମହାରାଷ୍ଟ୍ର, ଦିଲ୍ଲୀ, ହାଇଦ୍ରାବାଦ, ଇନ୍ଦୋର ଓ ପୁନେରେ ଅଧିକ ଆକ୍ରାନ୍ତ ହୋଇଛନ୍ତି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୮ଶହ ପାଖାପାଖି । ବର୍ତ୍ତମାନ ପର୍ଯ୍ୟନ୍ତ ୪୫ଜଣଙ୍କ ଜୀବନ ନେଲାଣି ମାରାତ୍ମକ ଭାଇରସ୍ । ଦିଲ୍ଲୀରେ ୫୨୩ଜଣ ଆକ୍ରାନ୍ତ ହୋଇଥିବାବେଳେ ୭ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୬୩ ପ୍ରତିଶତ ୬୦ ବର୍ଷରୁ ଅଧିକ ବୟସ୍କ ରହିଛନ୍ତି ।
କୋଭିଡ-୧୯ ଟ୍ରାକର ତଥ୍ୟ ଅନୁସାରେ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭୭୮ ଦର୍ଶାଯାଇଛି। ସେମାନଙ୍କ ମଧ୍ୟରୁ ୪୨୬୦ ଏବେ ଚିକିତ୍ସାଧୀନ ଥିବାବେଳେ ୧୩୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୩୮୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ।
https://onakhabar.com/2020/04/07/britain-pm-johnson-in-critical-condition/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking