40.1 C
Bhubaneswar
Wednesday, April 24, 2024
Homeଓଡିଶାରଗଡ଼ି ଜେଲ୍‌ରେ ୧୧୨ କଏଦୀ କୋରୋନା ପଜିଟିଭ

ରଗଡ଼ି ଜେଲ୍‌ରେ ୧୧୨ କଏଦୀ କୋରୋନା ପଜିଟିଭ

ଯାଜପୁର : କୋରେଇ ବ୍ଲକ ଅନ୍ତର୍ଗତ ରଗଡ଼ି ସ୍ଥିତ ଯାଜପୁରରୋଡ଼ ଉପକାରାଗାରରେ ୧୧୨ଜଣ କଏଦୀ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ପ୍ରକାଶ ଥାଉକି ଯାଜପୁର ଜିଲାପ୍ରଶାସନ ପକ୍ଷରୁ ଆଜି ରଗଡିସ୍ଥିତ ଉପକାରାଗାରରେ କୋଭିଡ୍‌-୧୯ ପରିକ୍ଷଣ କରାଯାଇଥିଲା । ଜେଲରେ କଏଦୀ ଓ କର୍ମଚାରୀଙ୍କ ସମେତ ୨୩୫ ଜଣଙ୍କୁ କୋଭିଡ୍ – ୧୯ ପରୀକ୍ଷଣ କରାଯାଇଥିଲା । ପରୀକ୍ଷା ପରେ ୧୧୨ ଜଣ ପଜିଟିଭ୍ ବାହାରିଥିବା ବେଳେ ଜେଲରେ କୌଣସି କର୍ମଚାରୀ ଏଥିରେ ସଂକ୍ରମିତ ହୋଇ ନଥିବା କୋରେଇ ମେଡିକାଲ ପକ୍ଷରୁ ସୂଚନା ମିଳିଛି । ଏଥିସହିତ ତଳଗଡ଼ ପଞ୍ଚାୟତ ଅନ୍ତର୍ଗତ କଣ୍ଟାଝରୀଗଡ଼ ଗ୍ରାମରେ ଗୋଟିଏ ପରିବାରରୁ ଆଜି ପୁଣି ୪ଜଣ ପଜିଟିଭ୍ ବାହାରିବା ପରେ ପଞ୍ଚାୟତରେ ୧୫ ଜଣ ସଂକ୍ରମିତ ହୋଇଥିବା ଜଣାଯାଇଛି । ଆଜି କଣ୍ଟାଝରୀଗଡ ଗ୍ରାମର ୪ଜଣ ସଂକ୍ରମିତଙ୍କୁ ପଞ୍ଚାୟତର କ୍ୱାରେଣ୍ଟାଇନ୍ ହୋମରେ ରଖାଯାଇଥିବା ଜଣାଯାଇଛି । ଏହି ପରିପ୍ରେକ୍ଷୀରେ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ୧୧ଜଣ କଣ୍ଟାଝରୀଗଡ଼ ଗ୍ରାମରୁ ସଂକ୍ରମିତ ହୋଇଥିବା ଜଣାଯାଇଛି । ଫଳରେ ପଞ୍ଚାୟତରେ ସମସ୍ତ ଗ୍ରାମ ଗୁଡିକ ସଂକ୍ରମିତ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି । ଯାହାଫଳରେ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ତଳଗଡ଼଼ ପଞ୍ଚାୟତ ସମେତ ରଗଡ଼ି ଛକକୁ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା କରି ତଳଗଡ଼ ପଞ୍ଚାୟତର ସମସ୍ତ ଗ୍ରାମବାସୀଙ୍କୁ ପରୀକ୍ଷଣରେ ସାମିଲ କରିବା ସହ ରଗଡ଼ି ଛକ ସମେତ ତଳଗଡ଼ ପଞ୍ଚାୟତକୁ ସାନିଟାଇଜ୍ କରିବା ପାଇଁ ପ୍ରଶାସନ ନିକଟରେ ଏ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି । ଏ ସଂପର୍କରେ ବ୍ୟାସନଗର ତହସିଲଦାରଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରି ନଥିଲା । ପରେ କଳିଙ୍ଗନଗର ଏଡିଏମ୍ ସନ୍ତୋଷ କୁମାର ମିଶ୍ରଙ୍କ ସହିତ ଏ ସଂପର୍କରେ ଯୋଗାଯୋଗ କରାଯାଇଥିବା ବେଳେ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେକି ବ୍ୟାସନଗର ତହସିଲଦାରଙ୍କ ପରାମର୍ଶ ନେଇ ଏ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହିତ ସମସ୍ତ ଗ୍ରାମ ଗୁଡିକରେ ପରୀକ୍ଷଣ ଜାରି ରହିବ ବୋଲି ପ୍ରକାଶ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking