28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୧୧୦ ଡଲାର ଛୁଇଁଲା ଅଶୋଧିତ ତୈଳ ଦର: ମୁଦ୍ରାସ୍ଫୀତି ଅପେକ୍ଷା ଏହା ଅଧିକ ଭୟଙ୍କର: ହରଦୀପ୍...

୧୧୦ ଡଲାର ଛୁଇଁଲା ଅଶୋଧିତ ତୈଳ ଦର: ମୁଦ୍ରାସ୍ଫୀତି ଅପେକ୍ଷା ଏହା ଅଧିକ ଭୟଙ୍କର: ହରଦୀପ୍ ପୁରୀ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ପୁଣି ଥରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ଏହାକୁ ନେଇ ଆଶଙ୍କା ଜାହିର କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ୍ ସିଂ ପୁରୀ । ଯେଉଁ ସମୟରେ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୧୭ ବର୍ଷରେ ସର୍ବାଧିକ ସ୍ତରରେ ପହଞ୍ଚିଛି ସମାନ ସମୟରେ ତୈଳଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ହରଦୀପ୍ ସିଂ ପୁରୀ । ଅଶୋଧିତ ତୈଳଦର ବୃଦ୍ଧି ମୁଦ୍ରାସ୍ଫୀତିଠାରୁ ମଧ୍ୟ ବଡ ସମସ୍ୟ ବୋଲି ସେ କହିଛନ୍ତି । ଯଦି ଅଶୋଧିତ ତୈଳର ମୂଲ୍ୟ ଏହିପରି ଭାବରେ ବୃଦ୍ଧି ପାଏ ତେବେ ଏହା ମୁଦ୍ରାସ୍ଫୀତି ଅପେକ୍ଷା ବୃହତ୍ତର ସମସ୍ୟାକୁ ଆମନ୍ତ୍ରଣ କରିବ । ଡାଭୋସରେ ଅନୁଷ୍ଠିତ ଏକ ବୈଠକରେ ଏଭଳି ମତ ରଖିଛନ୍ତି ହରଦୀପ୍ । ଉଲ୍ଲେଖଯୋଗ୍ୟ ଯେ, ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଭୟ ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଥିଲା ।
ୟୁରୋପୀୟ ୟୁନିୟନ ଦ୍ୱାରା ରୁଷରୁ ଅଶୋଧିତ ତୈଳ ଆମଦାନୀ ଉପରେ ବ୍ୟାନ ଲଗାଇବା ଦାବି ପରେ ତୈଳର ମୂଲ୍ୟ ଗତ ୭ ସପ୍ତାହର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ୧୧୫ ଡଲାର ପ୍ରତି ବ୍ୟାରେଲ ପାର କରିଛି, ଯାହା ମାର୍ଚ୍ଚ ୨୮ ପରେ ସର୍ବାଧିକ । ଏହା ପୂର୍ବରୁ ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ୨୦୦୮ ପରେ ପ୍ରଥମ ଥର ପାଇଁ ୧୩୯ ଡଲାର ପ୍ରତି ବ୍ୟାରେଲର ଉଚ୍ଚତମ ସ୍ତରରେ ପହଞ୍ଚିଥିଲା । ରୁଷରୁ ଅଶୋଧିତ ତୈଳ ଆମଦାନୀ ଉପରେ ବ୍ୟାନ ଲଗାଇବା ଦାବି ପରେ ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି । ଅନ୍ୟପଟେ ଚୀନରେ କରୋନା ଯୋଗୁଁ ଲାଗୁ ହୋଇଥିବା ଲକଡାଉନ କୋହଳ ହେବା ଖବର ପରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଉଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଲକଡାଉନ କୋହଳ ହେବାରେ ଅଶୋଧିତ ତୈଳର ଚାହିଦା ବୃଦ୍ଧି ପାଇବ ଏବଂ ଅନ୍ୟ ଯୋଗାଣ ଅଭାବ ଯୋଗୁଁ ମୂଲ୍ୟ ବୃଦ୍ଧି ଦେଖିବାକୁ ମିଳିପାରେ । ମାର୍ଚ୍ଚ ୨୨ରୁ ଏପ୍ରିଲ ୬ ମଧ୍ୟରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୧୦ ଟଙ୍କା ବୃଦ୍ଧି ହୋଇସାରିଛି । କିନ୍ତୁ ଏବେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ହେଲେ ଏହାର ପ୍ରଭାବ ଭାରତର ଖାଉଟିଙ୍କ ଉପରେ ମଧ୍ୟ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking