30.1 C
Bhubaneswar
Wednesday, April 24, 2024
Homeଓଡିଶାବୋଲେରୋ ଦୁର୍ଘଟଣାରେ ୧୧ ବର୍ଷର ପୁଅର ଚାଲିଗଲା ଜୀବନ

ବୋଲେରୋ ଦୁର୍ଘଟଣାରେ ୧୧ ବର୍ଷର ପୁଅର ଚାଲିଗଲା ଜୀବନ

କେନ୍ଦୁଝର : ପୁଅର ବ୍ରତଘର ସରିବା ପରେ ମାନସିକ ପୂରଣ ପାଇଁ ତରିଣୀଙ୍କ ପାଖକୁ ଯାଇଥିଲେ । ସେଠାରେ ମା’ଙ୍କ ଦର୍ଶନ ସାରି ପୂଜାର୍ଚ୍ଚନା କରି ଘରକୁ ଫେରିବା ବାଟରେ ଗାଡି ଦୁର୍ଘଟଣା ହେବାରୁ ୧୧ବର୍ଷ ପୁଅର ଜୀବନ ଯାଇଛି । ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର-ଭଦ୍ରକ ରାସ୍ତାର ବେତିରା ଛକ ନିକଟରେ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କାନ୍ଥିଗଡ଼ିଆ ଗାଁର ପରିତୋଷ ପାଢ଼ୀଙ୍କ ପୁଅ ପ୍ରିୟବ୍ରତର ଗତ କିଛିଦିନ ପୂର୍ବେ ବ୍ରତଘର ସରିଥିଲା । ମାନସିକ ଥିଲା ଘଟ ଗାଁ ଜାଇ ତାରିଣୀ ଦର୍ଶନ କରିବେ ।

ଆଜି ଗ୍ରାମର କିଛି ଲୋକ ଓ ସମ୍ପର୍କୀୟଙ୍କ ସହ ତାରିଣୀ ଦର୍ଶନ କରିବାକୁ ଆସି ପୂଜାର୍ଚ୍ଚନା ପରେ ୪ଟା ବେଳେ ଘରକୁ ଫେରୁଥିଲେ । ବେତିରା ଛକ ନିକଟରେ ରାସ୍ତା କଡରେ କୁଢ଼ ହୋଇଥିବା ମେଣ୍ଟାଲ, ଚିପିସ ଉପରେ ବୋଲେରୋଟି ଚଢି ଯିବାରୁ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଯାଇ ପିଟି ହୋଇଯାଇଥିଲା । ଫଳରେ ଗାଡ଼ିରେ ବସିଥିବା ପ୍ରିୟବ୍ରତର ଘଟଣାସ୍ଥରେ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଯାତ୍ରୀ ଆହତ ହୋଇଛନ୍ତି । ଖବର ପାଇ ନନ୍ଦିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡ଼ାକ୍ତରଖାନାକୁ ପଠାଇବା ସହ ଆହତ ମାନଙ୍କୁ ଚିକିତ୍ସା ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking