ରାୟପୁର: ଛତିଶଗଡ଼ର ନାରାୟଣପୁରରେ ନକ୍ସଲ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଆଜି ୧୧ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମୁଣ୍ଡ ଉପରେ ୪୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବାବେଳେ ସେମାନଙ୍କ ମଧ୍ୟରେ ୭ ଜଣ ମହିଳା ନକ୍ସଲ ମଧ୍ୟ ଅଛନ୍ତି। ଏହି ସୂଚନା ନାରାୟଣପୁର ପୋଲିସ ଏସଏସପି ପ୍ରଭାତ କୁମାର ଦେଇଛନ୍ତି। ଏହି ନକ୍ସଲମାନେ ବିଏସଏଫ ଏବଂ ଆଇଟିବିପି ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ।










