30.1 C
Bhubaneswar
Wednesday, April 24, 2024
Homeଓଡିଶାବସକୁ ୧୧ ଲକ୍ଷ ଫାଇନ

ବସକୁ ୧୧ ଲକ୍ଷ ଫାଇନ

ନବରଙ୍ଗପୁର: ବସକୁ ୧୧ ଲକ୍ଷ ୨୨ ହଜାର ୧୪୭ ଟଙ୍କା ଫାଇନ କରାଯାଇଛି । ପାପଡାହାଣ୍ଡି ଡିଅର ପାର୍କ ନିକଟରେ ପରିବହନ ଅଧିକାରୀଙ୍କ ଦ୍ୱାରା ଫାଇନ ଆଦାୟ କରାଯାଇଛି । ୨୦୧୯ ମେ ରୁ ଏମଭି ଓ ଅନ୍ୟାନ୍ୟ ଟିକସ ପଇଠ କରିନଥିବା ଅଭିଯୋଗ ରହିଛି । ଓୟୁଏଟି ଛାତ୍ରଛାତ୍ରୀଙ୍କୁ ନେଇ ଭବାନୀପାଟଣାରୁ କୋରାପୁଟ ଯାଉଥିଲା ବସ ।

ପୂର୍ବରୁ ମଧ୍ୟ 2020ରେ  ଘରୋଇ ବସ୍ କୁ ମୋଟା ଅଙ୍କର ଫାଇନ ହୋଇଥିଲା । କୋରାପୁଟରୁ ଭୁବନେଶ୍ୱର ଚଳାଚଳ କରୁଥିବା ଘରୋଇ ବସ୍ ଉପରେ ଆରଟିଓ ଭୁବନେଶ୍ୱର ୨ର ଟିମ୍ ଚଢ଼ାଉ କରି ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କାର ଜରିମାନା କରିଛି । ମେ ୨୦୧୯ର ମସିହାରୁ ଏହି ବସ୍ କ୍ୟାରିଏଜ ପରମିଟ ପାଇଁ ଟିକଟ ପୈଠ କରିନଥିଲା ।  କୋରାପୁଟ ଜିଲ୍ଲା ପୁଜାରୀପୁଟର ସ୍ନେହରେଖା ପାଢ଼ୀଙ୍କ ନାଁରେ ଏହି ବସ୍ ପଂଜିକୃତ ଅଛି । ପଂଜିକରଣ ଖିଲାଫ ପାଇଁ ପାଂଚ ହଜାର ଟଙ୍କା, ପରମିଟ ଖିଲାଫ ପାଇଁ ୧୦ ହଜାର ଟଙ୍କା ଏବଂ କ୍ୟାରିଏଜ ପରମିଟ ଖିଲାଫ ପାଇଁ ୫ଲକ୍ଷ ୬୬ ହଜାର ୯୮୧ ଟଙ୍କା ଫାଇନ କରାଯାଇଛି । ମୋଟ ୫ ଲକ୍ଷ ୮୧ ହଜାର ୯୮୧ ଟଙ୍କାର ଚାଲଣ କାଟିଥିଲା ଆରଟିଓ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking