37.1 C
Bhubaneswar
Thursday, March 28, 2024
Homeଓଡିଶାନବୀନ ନିବାସ ସାମ୍ନାରେ ଦଶମ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

ନବୀନ ନିବାସ ସାମ୍ନାରେ ଦଶମ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

ଭୁବନେଶ୍ୱର : ନବୀନ ନିବାସ ଆଗରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରତିବାଦ । ପରୀକ୍ଷା ଦ୍ୱନ୍ଦ ଦୂର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ ପାଇଁ ପହଞ୍ଚିଲେ ଛାତ୍ରଛାତ୍ରୀ । ବର୍ତ୍ତମାନ ସ୍ଥିତିକୁ ଦେଖି ପରୀକ୍ଷା ବାତିଲ ଘୋଷଣା ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ନବୀନ ନିବାସ ସମ୍ମୁଖରୁ ଫେରି ଫରେଷ୍ଟ ପାର୍କ ରାସ୍ତାରେ ଧାରାଣା ରେ ବସିଛନ୍ତି । ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟି ବି ଅନୁରୂପ ଦାବି କଲେ ଛାତ୍ରଛାତ୍ରୀ । ଦଶମ ପରୀକ୍ଷା ସ୍ଥଗିତ ନେଇ ପୂର୍ବରୁ ସରକାର ନିଷ୍ପତ୍ତି ନେଇଛନ୍ତି । ଜୁନ୍‌ରେ ପରୀକ୍ଷା ବାବଦରେ ନିଷ୍ପତ୍ତି ହେବ ବୋଲି ସରକାର କହିଥିଲେ ।

ସୂଚନାଯୋଗ୍ୟ, କୋଭିଡ ୧୯ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ  ଦଶମ ପରୀକ୍ଷା ଓ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ କରାଯାଇଛି । କରୋନା ସମୀକ୍ଷା କରିବା ପରେ ଏନେଇ ଜୁନ ୨୦୨୧ ପ୍ରଥମ ସପ୍ତାହରେ ନିର୍ଣ୍ଣୟ ନିଆଯିବ ବୋଲି ସୂଚନା ଦିଆଯାଇଛି । ପୂର୍ବରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି କାରଣରୁ ସ୍ଥଗିତ ଘୋଷଣା କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର  ଅନ୍ୟାନ୍ୟ ବେସରକାରୀ ଶିକ୍ଷା ବୋର୍ଡକୁ ମଧ୍ୟ ନିଜ ନିଜ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଲେଖିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking