30.1 C
Bhubaneswar
Thursday, April 25, 2024
Homeଓଡିଶାଘୁଂଚିବନି ଦଶମ, ଯୁକ୍ତ ଦୁଇ ପରୀକ୍ଷା

ଘୁଂଚିବନି ଦଶମ, ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର: ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୁଂଚିବ ନାହିଁ । ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖରେ ପରୀକ୍ଷା କରାଯିବ । ଦଶମ, ଯୁକ୍ତ ଦୁଇ ପରୀକ୍ଷା ହେବା ନେଇ କୌଣସି ଦ୍ୱନ୍ଦ ନାହିଁ । ଏନେଇ ଆଜି ସୂଚନା ପ୍ରଦାନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପରୀକ୍ଷା ପାଇଁ ଅଧିକ କେନ୍ଦ୍ର କରାଯିବ ବୋଲି ସେ କହିଛନ୍ତି । ନବମ ଶ୍ରେଣୀ ପରୀକ୍ଷା ହେବ କି ନାହିଁ କିଛି ସ୍ଥିର ହୋଇନି । ଯେହେତୁ ନବମ କ୍ଲାସ ବନ୍ଦ ରହିଛି, ପରୀକ୍ଷା କଥା ସ୍ଥିର ହୋଇନି ବୋଲି ସେ କହିଛନ୍ତି । ପରୀକ୍ଷା ପାଇଁ ପିଲାମାନେ ମଧ୍ୟ ପ୍ରସ୍ତୁତ ରହିବା ଦରକାର ।
କରୋନା ଯୋଗୁଁ ଅନେକ ମାତ୍ରାରେ ପିଲାଙ୍କ ପାଠ ପଢା ଉପରେ ବ୍ୟାଘାତ ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ଅନଲାଇନ କ୍ଲାସ ଜାରି ରହିଥିବା ବେଳେ ପରୀକ୍ଷା ଏବଂ ସ୍କୁଲ କଲେଜ ଖୋଲିବା ନେଇ ଦ୍ୱନ୍ଦ ବି ରହିଛି । ଯାହାକୁ ନେଇ ଅଭିଭାବକମାନେ ଚିନ୍ତା ପ୍ରକଟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking