ନୂଆଦିଲ୍ଲୀ: କରୋନା ପ୍ରକୋପ ଏବଂ ସଂକ୍ରମଣ ବଢୁଥିବା ସମୟରେ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ବୁଧବାର କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥଗିତ କରାଯାଇଛି । ସେହିଭଳି ଦ୍ୱାଦଶ ପରୀକ୍ଷା ବି ସ୍ଥଗିତ କରାଯାଇଛି । ଦେଶର ଅନ୍ୟ ରାଜ୍ୟରେ ବି ବୋର୍ଡ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ସେହିଭଳି ଉତ୍ତରପ୍ରେଦଶରେ ବି ଯୋଗୀ ଆଦିତ୍ୟନାଥ ସରକାର କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଶେଷରେ ବୋର୍ଡ ପରୀକ୍ଷାକୁ ସ୍ଥଗିତ କରିଛନ୍ତି । ମେ ମାସରେ ସ୍ଥିତି ସମୀକ୍ଷା କରିବା ପରେ ବୋର୍ଡ ପରୀକ୍ଷା ତାରିଖ ଉପରେ ବିଚାର କରାଯିବ ।
ୟୁପି ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଆସନ୍ତା ମେ ୮ ୨୦୨୧ରୁ ଅନୁଷ୍ଠିତ ହେବାର ଥିଲା ଏବଂ ଏଥିରେ ୫୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥାନ୍ତେ । ସେହିଭଳି ବୁଧବାର ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା, ଯିଏ ମାଧ୍ୟମିକ ଶିକ୍ଷା ବିଭାଗର କାର୍ଯ୍ୟଭାର ସମ୍ଭାଳିଛନ୍ତି, ସେ ସଂକେତ ଦେଇଥିଲେ ଯେ, ପରୀକ୍ଷା ସ୍ଥଗିତ ହେବ । କହିରଖୁଛୁ, ଏହା ମଧ୍ୟରେ ବୋର୍ଡ ପରୀକ୍ଷାର ସଂଚାଳନ କରିବାକୁ ଥିବା ୧୯ ଅଧିକାରୀଙ୍କ ମଧ୍ୟରୁ ୧୭ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ବର୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି ।
ଏହା ପୂର୍ବରୁ ମଧ୍ୟପ୍ରଦେଶ, ରାଜସ୍ଥାନ, ହିମାଚଳପ୍ରଦେଶ ଓ ମହାରାଷ୍ଟ୍ରରେ ସଂକ୍ରମଣ ଭୟାନକ ଭାବରେ ବୃଦ୍ଧିକୁ ଦୃଷ୍ଟିରେ ରଖି ବୋର୍ଡ ପରୀକ୍ଷାକୁ ସ୍ଥଗିତ କରାଯାଇଛି ।