34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗ୧୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା : ଦିନକରେ ୩୪ହଜାର ୯୫୬ଜଣ ଚିହ୍ନଟ

୧୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା : ଦିନକରେ ୩୪ହଜାର ୯୫୬ଜଣ ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ସଂକ୍ରମଣ ଥମିବାର ନାଁ ଧରୁନି । ୧୩୭ ଦିନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧୦ ଲକ୍ଷ ପାର କରିସାରିଲାଣି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩ହଜାର ୮୩୨କୁ ବୃଦ୍ଧି । ମୃତ୍ୟୁ ସଂଖ୍ୟା ୨୫ହଜାର ୬୦୨କୁ ବୃଦ୍ଧି ପାଇଛି । ୨୪ଘଣ୍ଟାରେ ସର୍ବାଧିକ ୩୪ହଜାର ୯୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬୮୭ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ଦେଶରେ ୩ଲକ୍ଷ ୪୨ହଜାର ୪୭୩ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବାବେଳେ ୬ଲକ୍ଷ ୩୫ହଜାର ୭୫୭ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ୨ଲକ୍ଷ ୮୪ହଜାର ୨୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧ହଜାର ୧୯୪ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ଥିବା ବେଳେ ଆକ୍ଟିଭ୍ କେସ୍ ମଧ୍ୟ ସବୁଠୁ ଅଧିକ ରହିଛି । ସେହିପରି ତାମିଲନାଡୁରେ ଆକ୍ଟିଭ୍ କେସ୍ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଆକ୍ଟିଭ୍ କେସ୍‌ର ତୃତୀୟ ସ୍ଥାନରେ ରହିଛି କର୍ଣ୍ଣାଟକ ।  ଏ ନେଇ କନ୍ଦ୍ରେ ସ୍ୱାସ୍ଥ୍ୟ ଓ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି – ଆନ୍ଧ୍ରପ୍ରଦେଶରେ – ୪୯୨ ଜଣ, ଅରୁଣାଚଳ ପ୍ରଦେଶରେ – ୩ ଜଣ, ଆସାମରେ – ୪୮ ଜଣ, ବିହାରରେ – ୧୯୭ ଜଣ, ଚଣ୍ଡିଗଡ଼ରେ – ୧୧ ଜଣ, ଛତିଶଗଡ଼ରେ – ୨୧ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ – ୨ଜଣ, ଦିଲ୍ଲୀରେ – ୩୫୪୫ ଜଣ, ଗୋଆରେ – ୧୯ ଜଣ, ଗୁଜରାଟରେ – ୨୦୮୯ ଜଣ, ହରିୟାଣାରେ – ୩୨୨ ଜଣ, ହିମାଚଳ ପ୍ରଦେଶରେ – ୧୧ ଜଣ, ଜମ୍ମୁ ଓ କଶ୍ମୀରରେ – ୨୨୨ ଜଣ, ଝାଡ଼ଖଣ୍ଡରେ – ୪୨ ଜଣ, କର୍ଣ୍ଣାଟକରେ – ୧୦୩୨ ଜଣ, କେରଳରେ – ୩୭ ଜଣ, ଲଦାଖରେ – ୧ ଜଣ, ମଧ୍ୟପ୍ରଦେଶରେ – ୬୮୯ ଜଣ, ମହାରାଷ୍ଟ୍ରରେ – ୧୧୧୯୪ ଜଣ, ମେଘାଳୟରେ – ୨ ଜଣ, ଓଡ଼ିଶାରେ – ୭୯ ଜଣ, ପୁଦ୍ଦୁଚେରୀରେ – ୨୨ ଜଣ, ପଞ୍ଜାବରେ – ୨୩୦ ଜଣ, ରାଜସ୍ଥାନରେ – ୫୩୮ ଜଣ, ତାମିଲନାଡୁରେ – ୨୨୩୬ ଜଣ, ତେଲେଙ୍ଗାନାରେ – ୩୯୬ ଜଣ, ତ୍ରିପୁରାରେ -୩ ଜଣ, ଉତ୍ତରାଖଣ୍ଡରେ – ୫୦ ଜଣ, ଉତ୍ତରପ୍ରଦେଶରେ – ୧୦୪୬ ଜଣ ଏବଂ ପଶ୍ଚିମବଙ୍ଗରେ ୧୦୨୩ ଜଣ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking