29.1 C
Bhubaneswar
Thursday, April 25, 2024
Homeଓଡିଶାଫରେଷ୍ଟଗେଟ ବନ୍ଦ ଯୋଗୁଁ ଅଟକିଲା ୧୦୮ ଆମ୍ବୁଲାନ୍ସ ; ବିପଦରେ ରୋଗୀର ଜୀବନ

ଫରେଷ୍ଟଗେଟ ବନ୍ଦ ଯୋଗୁଁ ଅଟକିଲା ୧୦୮ ଆମ୍ବୁଲାନ୍ସ ; ବିପଦରେ ରୋଗୀର ଜୀବନ

ମୟୂରଭଞ୍ଜ -ପଦାକୁ ଆସିଲା ଫରେଷ୍ଟ ବିଭାଗର ଦାୟିତ୍ୱହୀନତା। ମୁଖ୍ୟ ରାସ୍ତା ଉପରେ ଥିବା ଫରେଷ୍ଟ ଗେଟରେ କର୍ମଚାରୀ ଅଭାବରୁ ଗେଟବନ୍ଦ। ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକିଲା ଆମ୍ବୁଲାନ୍ସ।ଅନ୍ୟପଟେ ଗେଟବନ୍ଦ କରି ଆରାମରେ ନିଘୋଡ଼ ନିଦରେ ଶୋଇଥିଲେ ଗେଟ ଦାୟିତ୍ବରେ ଥିବା କର୍ମଚାରୀ। ଏଭଳି ଏକ ସ୍ପର୍ଶକାତର ଘଟଣା ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଭେଜିଡ଼ିହା ଫରେଷ୍ଟ ଗେଟରେ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏକ ୧୦୮ ଆମ୍ବୁଲାନ୍ସଟି ପାଖାପାଖି ଅଧଘଣ୍ଟା ଅଟକିଥିବା ଅଭିଯୋଗ କରିଛନ୍ତି ୧୦୮ ଆମ୍ବୁଲାନ୍ସ ଡ୍ରାଇଭର । ୧୦୮ ଆମ୍ବୁଲାନ୍ସଟି ଏକ ଗୁରୁତର ରୋଗୀକୁ ଆଣିବା ପାଇଁ ଶରତରୁ ତରାମରା ଗ୍ରାମପଞ୍ଚାୟତ ପତରତୁଳା ଗ୍ରାମକୁ ଆସୁଥିବା ବେଳେ ଫରେଷ୍ଟ ଗେଟବନ୍ଦ ଥିବାରୁ ଅଟକି ରହିଥିଲା ଆମ୍ବୁଲାନ୍ସ । ଗେଟରେ ତାଲାପକାଇ ଅଧିକାରୀମାନେ ଶୋଇଥିବାରୁ ଏପରି ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଥିଲା । ବହୁ ବିଳମ୍ବରେ ଫରେଷ୍ଟ କର୍ମଚାରୀ ମାନେ ଆସି ଗେଟ ଖୋଲିଥିଲେ । ତେବେ ଏକ ମୁଖ୍ୟରାସ୍ତାରେ ଏହି ଫରେଷ୍ଟ ଗେଟଟି ଥିବାରୁ କର୍ମଚାରୀମାନଙ୍କ ଅବହେଳା ତଥା ଦାୟିତ୍ବହୀନତା ପାଇଁ ଗୋଟିଏ ମୂଲ୍ୟବାନ ଜୀବନ ଆଉ ଅଳ୍ପ ସମୟ ମଧ୍ୟରେ ଚାଲିଯାଇଥାନ୍ତା ଯଦି କିଏ ଦାୟୀ ହୋଇଥାନ୍ତା ବୋଲି ପ୍ରଶ୍ନ ଉଠୁଛି। ସୂଚନା ଅନୁଯାୟୀ ପତରତୁଳା ଗ୍ରାମର ଜଗତା ମାର୍ଣ୍ଡି ନାମକ ଏକ ନାବାଳକ ଗତକାଲି ବିଳମ୍ବିତ ରାତିରେ ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଡାକିଥିଲେ ପରିବାର ଲୋକେ । ୧୦୮ ଆମ୍ବୁଲାନ୍ସ ଠାକୁରମୁଣ୍ଡାରେ ସେତେବେଳେ ଉପଲବ୍ଧ ନ ଥିବାରୁ ଶରତରୁ ଆସିଥିଲା। ହେଲେ ଆସିବା ବେଳକୁ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହଇଥିଲା । ଫରେଷ୍ଟ କର୍ମଚାରୀଙ୍କ ଏପରି ଖାମଖିଆଲି ନୀତି ପାଇଁ ଆଉ ଅଳ୍ପ ସମୟ ଡେରି ହଇଥିଲେ ଏକ ମୂଲ୍ୟବାନ ଜୀବନ ଦୀପ ସବୁଦିନ ପାଇଁ ଲିଭି ଯାଇଥାନ୍ତା । ତେବେ ଏପରି କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking